ଗ୍ରାସୀମ କମ୍ପାନୀରେ ପାଇପ ଫାଟି ୫ ଆହତ
ଗଞ୍ଜାମ : ଗଞ୍ଜାମ ନିକଟସ୍ଥ ଗ୍ରାସିମ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଛି। ପାଇପ କାମ କରୁଥିବା ସମୟରେ ସଲଫୁରିକ ଲାଇନ୍ ପାଇପ ଫାଟି ୫ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ରାହୁଲ ଯାଦବ, ସୁପରଭାଇଜର, ଶଶିକାନ୍ତ ମହାରଣା, କେଶବ ସାହୁ ଏବଂ ଜି, ଅଶୋକ।ନ, ଲକ୍ଷ୍ମୀଧର ନାୟକ ପ୍ରମୁଖ। ଅନ୍ୟ ମାନଙ୍କୁ କମ୍ପାନୀ ମଧ୍ୟରେ ଚିକିତ୍ସା କରାଯାଇଛି। ଗଞ୍ଜାମ ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି। ଏହି ଘଟଣା ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ବାତାବରଣ ଖେଳିଯାଇଛି।
Comments are closed.