ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ରବିବାର ଜଣାପଡ଼ିଛି। ଘରୋଇ କଳିରୁ ତୀର ମାଡ। ସାନ ଭାଇର ତୀର ମାଡରେ ବଡ ଭାଇ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ବଡଭାଇକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘର ଭାଗବଣ୍ଟାକୁ ନେଇ ସାନଭାଇ ବଡଭାଇକୁ ତୀର ମାରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାନ ଭାଇକୁ ଅଟକ ରଖି ପଚରାଉଚରା ଜାରି ରଖିଛି ବୋଲି ସୂଚନା ମିଳିଛି।
Popular Categories



