www.samajalive.in
Saturday, December 6, 2025
19.1 C
Bhubaneswar

ମାଣତ୍ରୀ ଉପଡାକଘର ୧୦ଦିନ ଧରି ବନ୍ଦ ପଡ଼ିଛି, ୨୦ହଜାର ଉପଭୋକ୍ତା ପ୍ରଭାବିତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ଉପଡାକଘର ଚଳିତ ମାସ ୧୪ତାରିଖ ସୋମବାର ପାଖରୁ ୨୩ତାରିଖ ବୁଧବାର ପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ଫଳରେ ଉପଡାକଘର ଉପରେ ନିର୍ଭରଶୀଳ ଉପଭୋକ୍ତା ତଥା ଜନସାଧାରଣ ୧୦ଦିନ ଧରି ଟଙ୍କା ଦେଣନେଣ ଓ ଡାକ ସେବାରୁ ବଞ୍ଚିତ ଥିବା ଜଣାପଡ଼ିଛି।

ମାଣତ୍ରୀ ଉପଡାକଘର ଅଧୀନରେ ମାଣତ୍ରୀ ସମେତ ବିଜିପୁର, ନାଖରା, ଶାଳଗାଁ, ଦେଓପଡ଼ା, ନୂଣକୁଆ, ଚନ୍ଦନପୁର, ମିରିଗିଦାରୀ, କୁରାଡ଼ିହା ଓ ନରଣଗାଁ ମିଶି ୧୦ଟି ଶାଖା ଡ଼ାକଘର କାର୍ୟ୍ୟ କରୁଛି। ଟଙ୍କା ଜମା ଓ ଉଠାଣ ଠାରୁ ଆରମ୍ଭ କରି ଚିଠିପତ୍ର ଆଦି ପାଇଁ ଏହି ଶାଖା ଡ଼ାକଘର ମାଣତ୍ରୀ ଉପଡ଼ାକଘର ଉପରେ ୬ଟି ପଞ୍ଚାୟତର ୨୦ହଜାର ଜନସାଧାରଣ ନିର୍ଭରଶୀଳ। ପରନ୍ତୁ ୧୦ଦିନ ଧରି କାର୍ୟ୍ୟାଳୟ ବନ୍ଦ ଥିବାରୁ ସମସ୍ତେ ପ୍ରଭାବିତ। ଏନେଇ ପୋଷ୍ଟମାଷ୍ଟର ନିହାର ରଞ୍ଜନ ବେଶ୍ରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଛୁଟିରେ ଥିବା କହିଛନ୍ତି। ନିଜର ସ୍ୱାସ୍ଥ୍ୟ ଖରାପ ପାଇଁ ପ୍ରଥମେ ଛୁଟିରେ ଯାଇଥିବା ବେଳେ ତାଙ୍କର ପିତାଙ୍କର ଦେହାନ୍ତ ପାଇଁ ସେ କାର୍ୟ୍ୟରେ ଯୋଗଦେଇ ନାହାନ୍ତି। ଜିଲା ଡ଼ାକପାଳଙ୍କୁ ସେ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ତେବେ କୋଭିଡ଼-୧୯ ସଂକ୍ରମଣ ଜନିତ ଜିଲାରେ କର୍ମଚାରୀ ଅଭାବ ପାଇଁ ବିକଳ୍ପ ପୋଷ୍ଟମାଷ୍ଟର ନିଯୁକ୍ତି ଦିଆଯାଇ ନଥିବା ସେ ପ୍ରକାଶ କରିଛନ୍ତି।

- Advertisement -

କୋଭିଡ଼-୧୯ ସଂକ୍ରମଣ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଡ଼ାକସେବାକୁ ସ୍ୱାଭାବିକ ରଖିବା ପାଇଁ ତାଲାବନ୍ଦ ହେବା ଠାରୁ ସ୍ୱତନ୍ତ୍ର ଗାଡ଼ିରେ ଡ଼ାକ ପରିବହନ ବ୍ୟବସ୍ଥା ସାଙ୍ଗକୁ ସେବା ଯୋଗାଇଦେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳରେ ୧୦ଦିନ ଧରି ଡ଼ାକସେବା ବ୍ୟାହାତ ପାଇଁ ଜନସାଧାରଣଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି। ବିଳମ୍ବିତ ଶିକ୍ଷାଋତୁ ପାଇଁ ବର୍ତ୍ତମାନ ପରୀକ୍ଷାଫଳ ପ୍ରକାଶ ପରେ ବିଭିନ୍ନ ଉଚ୍ଚଶ୍ରେଣୀରେ ଛାତ୍ରଛାତ୍ରଙ୍କ ନାମଲେଖା, ରହିଯାଇଥିବା ଶ୍ରେଣୀ ଓ ବିଭିନ୍ନ ପ୍ରବେଶିକା ପରୀକ୍ଷା ଆରମ୍ଭ ହୋଇଛି। ଏଣୁ ଗ୍ରାମାଞ୍ଚଳରେ ଡ଼ାକଘର ଉପରେ ନିର୍ଭଶୀଳ ଅଭିଭାବକ ଓ ଛାତ୍ରଛାତ୍ରୀ ନିଜ ନିଜ ଭାଗ୍ୟକୁ ନିନ୍ଦା କରୁଛନ୍ତି। ଅପରପକ୍ଷରେ ଗ୍ରାମାଞ୍ଚଳର ଗରିବ ଜନସାଧାରଣ ଡ଼ାକଘରେ ଏବେ ବି ଟଙ୍କା ଜମା ଓ ଉଠାଣ ଉପରେ ନିର୍ଭଶୀଳ। ତତ ସହିତ ସରକାରଙ୍କ ଅନ୍ୟାନ୍ୟ ସୁବିଧା ଭାବରେ ଗୁରୁତ ପୂର୍ଣ୍ଣ ଚିଠି, ବ୍ୟାଙ୍କର ଏଟିଏମ, ଚେକବହି ଓ କାଗଜପତ୍ର ଠାରୁ ଆରମ୍ଭ କରି ପାନ ଓ ଆଧାରକାର୍ଡ଼ ଭଳି ନିତ୍ୟାବଶ୍ୟକ ପ୍ରମାଣପତ୍ର ଡ଼ାକଘର ଜରିଆରେ ପ୍ରାପ୍ତ ହୋଇଥାଏ। ତେବେ ଉପଡ଼ାକଘର ବନ୍ଦ ପାଇଁ ୧୦ଟି ଶାଖାଡ଼ାକଘର ଉପରେ ନିର୍ଭରଶୀଳ ଜନସାଧାଣ ବଞ୍ଚିତ ରହିଛନ୍ତି। ଗୁରୁବାର ଠାରୁ ଡ଼ାକସେବା ସ୍ୱାଭାବିକ ନହେଲେ ବଡ଼ସାହି ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସଭାପତି ନିହାର ରଞ୍ଜନ ମହାପାତ୍ର ଚେତାବନୀ ଦେଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories