ଇଡେନ ଟେଷ୍ଟ : ଐତିହାସିକ ବିଜୟରୁ ୪ ୱିକେଟ ଦୂରରେ ଭାରତ
ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୧୫୨-୬
କୋଲକାତା : କୋଲକାତାର ଇଡ଼େନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଗୋଲାପି ବଲ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ଦଳ ୬ୱିକେଟ ହରାଇ ୧୫୨ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ଦଳ ଭାରତଠାରୁ ୮୯ରନ ପଛରେ ରହିଛି। ଅନ୍ୟପକ୍ଷରେ ଏହି ଐତିହାସିକ ମ୍ୟାଚକୁ ନିଜ ନାମରେ କରିବା ପାଇଁ ଭାରତ ୬ୱିକେଟ ଦୂରରେ ରହିଛି।
ଉଲ୍ଲେଖ ଯୋଗ୍ୟ, ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଭାରତ ବ୍ୟାଟିଂ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା । ଆଜି ଭାରତ ପ୍ରଥମ ଦିନର ଅସମାପ୍ତ ଇନିଂସ ୧୭୪/୩ ରୁ ଖେଳ ଆରମ୍ଭ କରିଥିଲା । ତେବେ ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନ ବଳରେ ୯ୱିକେଟ ହରାଇ ୩୪୭ରନ କରି ତାର ପ୍ରଥମ ପାଳି ଘୋଷଣା କରିଥିଲା। ଏହାର ଯବାବରେ ବାଂଲାଦେଶ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଭାରତର ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇ ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୫୨ରନ କରି ୬ୱିକେଟ ହରାଇଛି।
Comments are closed.