ଡ୍ରାକ୍ ଚୋକଲେଟର ୫ଟି ଲାଭଦାୟକ ଗୁଣ

0

ଆଜି ହେଉଛି ବିଶ୍ବ ଚୋକଲେଟ ଦିବସ। ଚୋକଲେଟ ସ୍ବାସ୍ଥ୍ୟ ଓ ଦାନ୍ତ ପାଇଁ ହାନିକାରକ ବୋଲି କୁହାଯାଏ। କିନ୍ତୁ ଏହା ଶରୀର ପାଇଁ କେତେ ଯେ ଲାଭଦାୟକ ସମସ୍ତଙ୍କୁ ଜଣାନଥାଏ । ଡ୍ରକ୍ ଚୋକଲେଟରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ, ଯାହା ଶରୀର ପାଇଁ ଲାଭଦାୟକ ଅଟେ। କୋକୋ ମଞ୍ଜିରୁ ତିଆରି ହେଉଥିବା ଚୋକଲେଟରେ ଆଣ୍ଟି-ଅକ୍ସିଡେଣ୍ଟ ମାତ୍ରାଧିକ ପରିମାଣରେ ରହିଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଡ୍ରାକ୍ ଚୋକଲେଟ ଖାଇବା ଦ୍ବାରା ଦୃଦଘାତ ଜନିତ ରୋଗ ଭଲ ହୋଇଥାଏ ।

ମୋଟାପଣ ଦୂର କରେ: ଆମେରିକାର ଏକ ଗବେଷଣା କେନ୍ଦ୍ରର ସୂଚନା ମୁତାବିକ ଚୋକଲେଟରେ ଥିବା ଫ୍ଲେବୋନାଲ ନ୍ୟୁଟ୍ରିଏସ୍ ରକ୍ତ ସର୍କରା ମାତ୍ରକୁ କମ୍ କରିବା ସହ ମୋଟାପଣ ଦୂର କରେ।

ଭୋକ ଉପରେ ନିୟନ୍ତ୍ରଣ ରଖେ: ନେଦରଲ୍ୟାଣ୍ଡର ୨୦୧୦ରେ ହୋଇଥିବା ଏକ ଅଧ୍ୟୟନ ମୁତାବିକ, ମିଠା ଖାଇବା ଦ୍ବାରା ଶରୀରରେ ଇନସୁଲିନ୍ ପ୍ରତିରୋଧ ହ୍ରାସ ପାଇଥାଏ। ଯାହା ଫଳରେ ଶରୀରରେ ଗ୍ରିଲିନ୍ ନାମକ ଏକ ହରମୋନର ସ୍ତର ବଢିଯାଏ। ଏହି କାରଣରୁ ଅଧିକ ଭୋକ ଅନୁଭବ ହୁଏ ନାହିଁ।

prayash

ଅବସାଦ/ଚିନ୍ତାଗ୍ରସ୍ତ ଦୂର କରେ: ଅଧିକ ଅବସାଦ/ଚିନ୍ତାଗ୍ରସ୍ତ ରହିବା ଦ୍ବାରା କିଛି ବ୍ୟକ୍ତି ଅଧିକ ଖାଇଥାନ୍ତି। ଫଳରେ ମୋଟା ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ। ପାକିସ୍ତାନର ‘ପ୍ରୋଟେମ ରିସର୍ଜ ଜର୍ନଲ’ ଅନୁଯାୟୀ ଅବସାଦ ସମୟରେ ଚକୋଲେଟ ଖାଇବା ଦ୍ବାରା ଆଶ୍ବତ୍ଥି ମିଳିଥାଏ।

ଡ୍ରାକ୍ ଚକୋଲେଟ ଖାଇବା ଦ୍ବାରା ମସ୍ତିଷ୍କରେ ଥିବା ସେରୋଟୋନିକ୍ ଏବଂ ଏନଡ୍ରୋଫିନ ସ୍ତର ବୃଦ୍ଧି ଘଟିଥାଏ। ଏହା ଦ୍ବାରା ଚିନ୍ତାଗ୍ରସ୍ତ ବା ଅବସଦ କମ୍ ହେବା ସହ ଶାନ୍ତି ମିଳିଥାଏ ।

ମୁଡ୍ ଠିକ୍ ରଖେ: ଡ୍ରାକ୍ ଚକୋଲେଟ ଖାଇବା ଦ୍ବାରା ଆତ୍ମାସନ୍ତୁଷ୍ଟି ଲାଭ ହୋଇଥାଏ। ଯାହା ଫଳରେ ମାନସିକ ସ୍ତରରେ ସୁସ୍ଥ ରହିବା ସହ ମୁଡ୍ ମଧ୍ୟ ଠିକ୍ ରହିଥାଏ।

ଦୂର କରେ ହୃଦଘାତ ଜନିତ ରୋଗ: ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ଡ୍ରାକ୍ ଚକୋଲେଟ ଖାଇବା ଦ୍ବାରା ହୃଦଘାତ ଜନିତ ରୋଗର ଆଶଙ୍କା କମ୍ ଥାଏ। ଚକୋଲେଟ ଖାଉଥିବା ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳନାହିଁ।

kalyan agarbati
Leave A Reply