www.samajalive.in
Sunday, December 7, 2025
26.1 C
Bhubaneswar

ଜାଣନ୍ତୁ, ଦଲିଆ ଖାଇବାର ଲାଭଦାୟକ ଓ କ୍ଷତିକାରକ ଗୁଣ ସମ୍ବନ୍ଧରେ ….

ପ୍ରତିଦିନ ସକାଳେ ଉତ୍ତମ ଜଳଖିଆ ଖାଇବା ପାଇଁ ସମସ୍ତଙ୍କର ଅଭ୍ୟାସ ଥାଏ। ଜଳଖିଆକୁ ଠିକ୍ ସମୟରେ ଖାଇବା ମଧ୍ୟ ଉଚିତ୍। ସକାଳେ ଠିକ ଭାବେ ଜଳଖିଆ ନ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଏହାସହ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ତେଣୁ କେବେ ବି ସକାଳର ଜଳଖିଆ ଖାଇବାକୁ ଭୁଲନ୍ତୁ ନାହିଁ।

ଜଳଖିଆରେ ସମସ୍ତଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ। କିନ୍ତୁ କିଛି ଲୋକ ଦଲିଆ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ଏହାର କେତେକ ଲାଭଦାୟକ ଗୁଣ ରହିଛି। ସମସ୍ତେ ଏହାର ଭଲ ଗୁଣ ବିଷୟରେ ଜାଣିଛନ୍ତି, କିନ୍ତୁ ଏହାର କେତେକ ଖରାପ ଗୁଣ ମଧ୍ୟ ରହିଛି। ତାହାକୁ ଜାଣିବା ନିହାତି ଆବଶ୍ୟକ। ଦଲିଆକୁ ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କେତେକ କ୍ଷତି ପହଞ୍ଚିଥାଏ।

- Advertisement -

ଦଲିଆ ଶରୀରର ସମସ୍ତ ପୋଷକ ତତ୍ତ୍ୱକୁ ପୂରଣ କରିଥାଏ ।

ପ୍ରତିଦିନ ସକାଳେ ଦଲିଆ ଖାଇବା ଦ୍ୱାରା ସାରା ଦିନ ସତେଜ ଅନୁଭବ ହୋଇଥାଏ।

କିନ୍ତୁ ଏହାର ଲାଭଦାୟକ ଗୁଣ ସହିତ କେତେକ କ୍ଷତିକାରକ ଗୁଣ ମଧ୍ୟ ରହିଛି ।

ଦଲିଆକୁ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି।

ଏହାକୁ ଗ୍ରହଣ କରିବା ଦ୍ୱାରା ବେଳେ ବେଳେ ଶରୀର ଫୁଲି ଯାଇଥାଏ ।

ଏତଦ୍ ବ୍ୟତୀତ ଗ୍ୟାସ୍ ହୋଇଥାଏ ଏବଂ କଷ୍ଟ ମଧ୍ୟ ଅନୁଭବ ହୋଇଥାଏ ।

ତେଣୁ ଦଲିଆକୁ ଖାଇବା ସମୟରେ ତାହାର ପରିମାଣ ପ୍ରତି ଧ୍ୟାନ ଦେବା ଉଚିତ୍ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories