www.samajalive.in
Sunday, December 7, 2025
13.1 C
Bhubaneswar

ସେଲ୍ଟର ହୋମ୍‌ ଘଟଣାରେ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ

-ଏନଟିପିସି ଟିଟିପିଏସ୍‍ର ପାୱାର ଷ୍ଟେସନ ପ୍ରକଳ୍ପକୁ ମିଳୁନି ଅନୁମତି
-ତାଳଚେର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦେଉନାହାନ୍ତି ଜମି
-ଏମସିଏଲ ମେଡିକାଲ କଲେଜରେ ସାଜିଛନ୍ତି ବାଧକ

ଭୁବନେଶ୍ୱର : ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ବେଳେ ରାଜ୍ୟର ସରକାରଙ୍କର ଉଦାସୀନତା ଓ ପ୍ରୋତ୍ସାହନରେ ଝିଅ ଓ ମହିଳା ନିର୍ଯ୍ୟାତିତା ଓ ଅପମାନିତ ହେବା ତଥା ଗାଁ ଗଣ୍ଡାରେ ଲୋକଙ୍କ ଇଚ୍ଛାରେ ନୁହେଁ ସରକାରୀ ଦଳର ନେତା ଓ କର୍ମୀଙ୍କ ଲାଭ ପାଇଁ ଲୋକଙ୍କ ଝାଳବୁହା ଟିକସ ଅର୍ଥ ଖର୍ଚ କରାଯିବା ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳର ବେଲଟିକରି ଘଟଣାକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ ଏହି ମାମଲାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ରାଜ୍ୟ ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଗୋଟିଏ ଦୁଇଟି ନୁହେଁ; ୨୩ଟି ସେଲ୍ଟର ହୋମ ବେଆଇନ ଭାବେ ଚାଲୁଥିଲା। ଯେଉଁଠି ଓଡ଼ିଆ ଛୁଆ ମାନଙ୍କୁ ବିଭିନ୍ନ ପ୍ରକାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବାର ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଛି। ସେ ଭଳିଆ ଗୋଟେ କେନ୍ଦ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରୁ ମାତ୍ର ୧୦ ରୁ ୧୫ କିମି ଦୂରରେ ସ୍ଥାପିତ ହୋଇଥିଲା। ପ୍ରଶ୍ନ ଉଠୁଛି ଯେ ଏହାକୁ ଚଳାଇବା ପାଇଁ କିଏ ଅନୁମତି ଦେଇଥିଲେ। ଏହା କାହାର ପ୍ରୋତ୍ସାହନରେ ଚାଲୁଥିଲା। ସେ କହିଛନ୍ତି ଯେ ଏହା ଏକ ସମ୍ବେଦନହୀନ ସରକାର। କୁନ୍ଦୁଲି ର ଝିଅର ଆତ୍ମା ହତ୍ୟା ହଉ କିମ୍ବା ବେଳଟିକରିର ନିନ୍ଦନୀୟ ଘଟଣା ହେଉ, ମହିଳା ମାନଙ୍କ ପ୍ରତି ଏହି ସରକାର ସମ୍ବେଦନହୀନତା ଚରମ ନିଦର୍ଶନ ଦେଖେଇଛନ୍ତି। ଆଗାମୀ ଦିନରେ ଏହା ବିରୋଧରେ ଜନମତ ତିଆରି କରାଯିବ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେରରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏନଟିପିସି ଟିଟିପିଏସ୍‍ର ୧୩୨୦ ମୋଗାୱାଟ ପାୱାର ଷ୍ଟେସନ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ଦେଇ ନାହାନ୍ତି। ବାରମ୍ବାର ଚିଠି ଲେଖି ଅନୁରୋଧ କରିବା ସତ୍ୱେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଭୂମି ଯୋଗାଇ ଦେଉନାହାନ୍ତି। ଏମସିଏଲ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କ ଝାଳବୁହା ଟିକସ ଅର୍ଥ କେମିତି ଖର୍ଚ ହେବ ଜନସାଧାରଣଙ୍କ ପରାମର୍ଶ ନ ନେଇ ବିଜେଡିର ନେତା, ବିଧାୟକ, ମନ୍ତ୍ରୀ ଓ ସରକାରୀ ଅଫିସର ମାନେ କାମ ସ୍ଥିର କରୁଛନ୍ତି। ପୂର୍ବରୁ ୫୦ ହଜାର ଟଙ୍କାରୁ କମ୍‌ କାମ ପାଇଁ ଟେଣ୍ଡର ଆବଶ୍ୟକ ନ ଥିଲାବେଳେ ଲୋକଙ୍କ ଟଙ୍କାକୁ ଲୂଟ କରିବା ପାଇଁ ଏହାକୁ ବଢାଇ ପାଞ୍ଚ ଲକ୍ଷ ଟଙ୍କା କରିଦିଆଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରେ ଘରେ ପାଇଖାନା ମହିଳାଙ୍କ ସମ୍ମାନ ପାଇଁ ଜରୁରୀ। ମାତ୍ର ମୋଦି ପାଇଖାନା ନ ଥିବା ପ୍ରତି ପରିବାରରେ ପାଇଖାନା ପାଇଁ ୧୨ ହଜାର ଟଙ୍କା ପଠାଇଥିବା ବେଳେ କାହିଁକି ଅନେକ ଘରେ ଆଜି ଓଡିଶାରେ ପାଇଖାନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।
ଖୋଦ ମୁଖ୍ୟମନ୍ତ୍ରୀ ପିସି ମଷ୍ଟ ଷ୍ଟପ୍‍ ବୋଲି କହିଥିଲେ। ମାତ୍ର ଓଡିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ସରକାରୀ ଦଳର ଲୂଟ ବିରୁଦ୍ଧରେ ଓଡିଆ ଲୋକ ଏକାଠି ହୋଇ ପରିବର୍ତନ ପାଇଁ ଅଣ୍ଟା ଭିଡିଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories