www.samajalive.in
Tuesday, December 9, 2025
15.1 C
Bhubaneswar

ଗୁରୁଙ୍କ ଆଶୀର୍ବାଦ କୋଟି ଇଶ୍ୱରଙ୍କ ଆଶିଷ ସମାନ

ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଂପାଦକ ସୁମିତା ସରକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତ୍ୟାରୀ ସାହୁ, ଚୌଧୁରୀ ଶରତ ଚନ୍ଦ୍ର ଦାସ ଓ ପ୍ରାକ୍ତନ କ୍ରୀଡ଼ା ଶିକ୍ଷୟିତ୍ରୀ ସରସ୍ୱତୀ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସଭା ପ୍ରାରମ୍ଭରେ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସେମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ଦେବସ୍ମିତା ପାଣି ଅତିଥି ପରିଚୟ ଓ ସାନିଧ୍ୟା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ଓଡ଼ିଶୀ ନୃତ୍ୟ ଦ୍ୱାରା ଅତିଥି ସମ୍ଭାଷଣ ଓ ଗୁରୁ ବନ୍ଦନା କରିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ସରକାର ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷିକାଙ୍କୁ ଗୁରୁଦିବସର ଶୁଭେଚ୍ଛା ଜଣାଇବା ସହ ଛାତ୍ରଛାତ୍ରୀମାନେ ଜୀବନରେ ଗୁରୁଙ୍କୁ ସର୍ବୋଚ୍ଚ ସ୍ଥ।।ନରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଗଣ ମହାନ ଦାର୍ଶନିକ, ଶିକ୍ଷକ ଓ ଜନନାୟକ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌‌ଙ୍କ ଜୀବନଦର୍ଶନରେ ଛାତ୍ରଛାତ୍ରୀମାନେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେବା ସହ ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟ ଦ୍ୱାରା ପିତାମାତା, ଗୁରୁ ତଥା ବିଦ୍ୟାଳୟକୁ ଗୌରବାନ୍ୱିତ କରିବା ପାଇଁ ସଦା ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ।

- Advertisement -

ଶିକ୍ଷୟିତ୍ରୀ ପ୍ରମିଳା ଜେନା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଶତପଥୀ ଗୁରୁଙ୍କ ଆଶୀର୍ବାଦ କୋଟି ଇଶ୍ୱରଙ୍କ ଆଶିଷ ସହ ସମାନ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀମତୀ ସରକାର ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅତିଥି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଗୁରୁଦିବସ ପୂର୍ବରୁ ଅବସର ନେବାକୁ ଥିବା ବିଦ୍ୟାଳୟର ଚାରିଜଣ ବରିଷ୍ଠ ଶିକ୍ଷକ-ଶିକ୍ଷିକା ଜ୍ୟୋସ୍ନାରାଣୀ ଷଡ଼ଙ୍ଗୀ, ନାରାୟଣ ସାହୁ, ଜୟନ୍ତୀ ମାଝୀ, ଭାଗିରଥି ପରିଡ଼ାଙ୍କୁ ସେମାନଙ୍କ ବହୁମୂଲ୍ୟ ସେବା ତଥା ପ୍ରେରଣାଦାୟକ କାଯ୍ୟଁ ନିମନ୍ତେ ସସ୍ମିତା ବେହେରାଙ୍କୁ ବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେହିପରି ୧୯୮୨ ବ୍ୟାଚ୍‌‌ର ପ୍ରାକ୍ତନ ଛାତ୍ର କିର୍ତ୍ତିକାନ୍ତ ସ୍ୱାଇଁ ତାଙ୍କ ବ୍ୟାଚ୍‌‌ ତରଫରୁ ବରିଷ୍ଠ ଶିକ୍ଷକ-ଶିକ୍ଷିକା ନାରାୟଣ ସାହୁ ଓ ଆଶାଲତା ବେହେରାଙ୍କୁ ପ୍ରଶଂସା ଫଳକ ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କ ମହତ୍‌‌ ଉଦ୍ୟମକୁ ପ୍ରଧାନଶିକ୍ଷକ ପ୍ରଶଂସା କରିବା ସହ ତାଙ୍କୁ ଓ ଉପସ୍ଥିତ ଥିବା ଅନ୍ୟ ଦୁଇ ପ୍ରାକ୍ତନ ଛାତଛାତ୍ରୀ ଆରତୀ ପଣ୍ଡା ଓ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷକ, ଶିକ୍ଷିକା ପୁଷ୍ପିତା ନାୟକ, ସୌଭାଗ୍ୟମଞ୍ଜରୀ ମହାପାତ୍ର, ପ୍ରମିଳା ଜେନା,ଅମ୍ବିକା ପୃଷ୍ଟି, ରାଜକିଶୋର ଚୌଧୁରୀ, ମଦନମୋହନ ବେହେରା, ପ୍ରଭାସିନୀ ଦତ୍ତ, ଚୈତନ୍ୟ ନାୟକ, ବୀଣାପାଣୀ ସାହୁ, ପ୍ରମୋଦ କୁମାର ପାଲ୍‌‌, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ସୁଦେଷ୍ଣା ଭୂୟାଁ, ସାଗରୀକା ମହାନ୍ତି ଓ ଅତିଥି ଶିକ୍ଷକ ଦର୍ପଗଞ୍ଜନ ସାହୁ, ଅଞ୍ଜନା ବୋଷ, ଶିବାନୀ ସାହୁ, ବସନ୍ତ କୁମାର ପଣ୍ଡା, ପ୍ରସନ୍ନ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଦଶମ ଶ୍ରେଣୀ ଛାତ୍ର ମୟଙ୍କ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories