ମୁମ୍ବଇ: କବୀର ଖାନ ନିର୍ଦେଶିତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିଅନ୍’ର ଟ୍ରେଲର ଶନିବାର ରିଲିଜ୍ ହୋଇଛି। ଟ୍ରେଲରରେ କାର୍ତ୍ତିକ ଆର୍ୟନଙ୍କ ଭିନ୍ନ ଅବତାର ଦେଖି ଗୋଟିଏ ପଟେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିବାବେଳେ ଅନ୍ୟପଟେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ଏହାଦ୍ଵାରା ବେଶ୍ ପ୍ରଭାବିତ ହୋଇଛନ୍ତି। ସେ ନିର୍ଦେଶକଙ୍କ ପ୍ରଶଂସା କରିବା ସହ ବଡ଼ ପରଦାରେ ପିଲ୍ମକୁ ଦେକିବା ପାଇଁ ଉତ୍ସାହ ବ୍ୟକ୍ତ କରିଛନ୍ତି।
କାର୍ତ୍ତିକ ଆର୍ୟନଙ୍କ ‘ଚନ୍ଦୁ ଚାମ୍ପିଅନ୍’ର ଟ୍ରେଲର ଦେଖିଥିବା ଲୋକଙ୍କ ମଧ୍ୟରେ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ସାମିଲ ଥିଲେ। ଟ୍ରେଲର ଦେଖି ସେ ଏତେ ପ୍ରଭାବିତ ହୋଇଛନ୍ତି ଯେ, ବିଳମ୍ବ ନକରି ସେ ନିର୍ଦ୍ଦେଶକ କବୀର ଖାନଙ୍କ ପାଇଁ ଏକ ପ୍ରଶଂସା ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ ଅଭିନେତ୍ରୀ କାର୍ତ୍ତିକ ଆର୍ୟନଙ୍କ ଅଭିନୟକୁ ମଧ୍ୟ ଭୁରି ଭୁରି ପ୍ରଶଂସା କରିଛନ୍ତି। କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫିଲ୍ମର ଟ୍ରେଲର ପୁନଃ ପୋଷ୍ଟ କରି ଫିଲ୍ମ ପାଇଁ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି। କାର୍ତ୍ତିକ ଆର୍ୟନ୍ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ଟ୍ରେଲର ପୋଷ୍ଟ କରିଛନ୍ତି। କ୍ୟାପ୍ସନରେ ସେ ଏହାକୁ ତାଙ୍କ କ୍ୟାରିୟରର ସବୁଠୁ କଠିନ ଓ ସବୁଠୁ ଖାସ୍ ଫିଲ୍ମ ବୋଲି କହିଛନ୍ତି।
‘ଚନ୍ଦୁ ଚାମ୍ପିଅନ୍’ ଚଳଚ୍ଚିତ୍ରର କାହାଣୀ ମୁରଲୀକାନ୍ତ ପେଟକରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ମୁରଲୀକାନ୍ତ ପେଟକର ହେଉଛନ୍ତି ଭାରତର ପ୍ରଥମ ପାରାଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା। ସେ ୫୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ମୁରଲୀକାନ୍ତ ପେଟକର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଜୁନ୍ ୧୪ରେ ପରଦାକୁ ଆସିବ ‘ଚନ୍ଦୁ ଚାମ୍ପିଅନ୍’।



