ଏସି ଓ ଫ୍ୟାନ୍ ଏକାଠି ଚାଲିବା ଦ୍ବାରା ଶୀଘ୍ର ଥଣ୍ଡା ହୁଏ କି ଘର ? ଜାଣନ୍ତୁ…
ନୂଆଦିଲ୍ଲୀ : ଗରମରୁ ରକ୍ଷା ପାଇବା ପାଇଁ ସମସ୍ତେ ଭିନ୍ନ ପ୍ରକାର ଉପାୟ ଆପଣାନ୍ତି । ମେ-ଜୁନ ମାସ ଗରମରେ ଘରର ତାପମାତ୍ରାକୁ ଥଣ୍ଡା କରିବା ପାଇଁ ଅନେକ ସମୟ ଲାଗିଥାଏ । ଅନେକ ବିଶେଷଜ୍ଞ କୁହନ୍ତି କି ଏସି ଏବଂ ଫ୍ୟାନ୍ ଏକାଠି ଚଳାଇବା ଫଳରେ ଘର ଜଲଦି ଥଣ୍ଡା ହୋଇଯାଏ ଏବଂ ବିଜୁଳି ଖର୍ଚ୍ଚ ମଧ୍ୟ କମିଥାଏ ।
ଗରମ ଦିନରେ ଏସି ବ୍ୟବହାର କରି ଆପଣ ଥଣ୍ଡାରୁ ମୁକ୍ତି ପାଇପାରିବେ । କିନ୍ତୁ ଏଥିରେ ବିଜୁଳି ଖର୍ଚ୍ଚ ଅଧିକ ଆସିଥାଏ । ତେଣୁ ଆପଣ ଏହି ଉପାୟ ଆପଣାଇ ଏସିର କାମ କରିବାର ଦକ୍ଷତା ମଧ୍ୟ ବଢାଇପାରିବେ ଏବଂ ବିଜୁଳି ବିଲ୍ ମଧ୍ୟ କମାଇପାରିବେ । ଏସିର ତାପମାତ୍ରା ସବୁବେଳେ ୨୪ ଡିଗ୍ରୀ ସେଟ୍ କରି ରଖନ୍ତୁ । ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ବିଶିଷ୍ଟ ଅଞ୍ଚଳରେ ୨୪ ଡିଗ୍ରୀରେ ଭଲ ଥଣ୍ଡା ହୋଇଯାଏ । ଏଥିରେ ବିଜୁଳି ବିଲ୍ ମଧ୍ୟ କମିଥାଏ ।
ଏସିର ତାପମାତ୍ରା ବଢାଇ ଫ୍ୟାନ୍ ଚଳାଇଲେ ଘର ଥଣ୍ଡା ହୋଇଯାଏ ଏବଂ ବିଜୁଳି ମଧ୍ୟ ବଞ୍ଚିଥାଏ । ଏହା ସହିତ ଘରକୁ ଭଲ ରୂପେ ନିବୁଜ ରଖିବା ଉଚିତ୍ । ଭଲ କୁଲିଂ ପାଇଁ ଏସିକୁ ସଠିକ୍ ସମୟରେ ରକ୍ଷଣାବେକ୍ଷଣା କରିବା ଉଚିତ୍ । ଏଥିରେ କୁଲିଂ ଭଲ ହୋଇଥାଏ ଏବଂ ବିଜୁଳି ବିଲ୍ ମଧ୍ୟ ସୀମିତ ଆସିଥାଏ ।
Comments are closed.