bjd gruha runa

ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

BJD Bijuli 480×75 Mob

ଡେସ୍କ: ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ଅଧିବେଶନ ସ୍ଥାନୀୟ ତେଲେଙ୍ଗା ବଜାରସ୍ଥିତ ରଘୁନାଥଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ସଂସ୍କୃତ ଶିକ୍ଷକ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ବାବାଜୀ ଚରଣ ପଟ୍ଟନାୟକ, ଡ. ନାରାୟଣ ଚନ୍ଦ୍ର ମିଶ୍ର, ନିଖିଳୋତ୍କଳ ସଂସ୍କୃତ ମହାମଣ୍ଡଳର ପରୀକ୍ଷା ସଞ୍ଚାଳକ ଡ. ଚିତ୍ତରଞ୍ଜନ ଷଡଙ୍ଗୀ, ସଙ୍ଗଠନର ଯାଜପୁର ସମ୍ପାଦକ ନରହରି ଦାସ ଯୋଗ ଦେଇଥିଲେ। ଜଗତସିଂହପୁର ସମ୍ପାଦକ ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ଏକ ରିଟର୍ଣ୍ଣିଂ କମିଟି ଗଠନ କରାଯାଇ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଉପଦେଷ୍ଟା ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉପଦେଷ୍ଟା ଭାବେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଧାୟକ ଅଶୋକ କୁମାର ବଳ, ପଣ୍ଡିତ ନାରାୟଣ ଚନ୍ଦ୍ର ଦାଶ, ପଣ୍ଡିତ ଚତୁର୍ଭୁଜ ତ୍ରିପାଠୀ, ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ମିଶ୍ର, ଲକ୍ଷ୍ମୀଧର ବେହେରା ମନୋନୀତ ହୋଇଥିଲେ। ସଭାପତି ଭାବେ ଲୋକଭାଷା ପ୍ରଚାର ସମିତିର ଅଧ୍ୟକ୍ଷ ଡ. ସଦାନନ୍ଦ ଦୀକ୍ଷିତ, ଉପସଭାପତି ସୁବାସ ଚନ୍ଦ୍ର ପାଣି, ରମେଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଭାବେ ଡ. ଶୈଳେନ୍ଦ୍ର ନାରାୟଣ ପାଢୀ, ସାଧାରଣ ସମ୍ପାଦକ ଭାବେ ଡ. ଚିତ୍ତରଞ୍ଜନ ଷଡଙ୍ଗୀ, ସମ୍ପାଦକ ଭାବେ ଡ. ନାରାୟଣ ମିଶ୍ର ଓ ଅଜିତ କୁମାର ପ୍ରଧାନ, ସଙ୍ଗଠନ ସମ୍ପାଦକ ଭାବେ ଡ. ସିଦ୍ଧେଶ୍ୱର ପଣ୍ଡା, ସୁଶାନ୍ତ କୁମାର ତିଆଡ଼ି, କୋଷାଧ୍ୟକ୍ଷ ଆର୍ତ୍ତତ୍ରାଣ ତ୍ରିପାଠୀ ପ୍ରମୁଖ ମନୋନୀତ ହୋଇଥିଲେ।

ସେହିଭଳି ସଭ୍ୟ ଭାବେ ଗୋବିନ୍ଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ଜେନା, ରଣଜିତ ବାରିକ, ଅଭିମନ୍ୟୁ ସେନାପତି, ଭାଗିରଥି ସାହୁ, କୃଷ୍ଣ ଚନ୍ଦ୍ର ମିଶ୍ର, ଜୟନ୍ତ କୁମାର ରାଉଳ, ବଳରାମ ଦାଶ, ସନ୍ତୋଷ କୁମାର ଦାଶ, ପୀତବାସ ପୂଜାରୀ, ଅନିଲ କୁମାର ସାହୁ, ହରେକୃଷ୍ଣ ପାଣିଗ୍ରାହୀ ଓ ପ୍ରତ୍ୟେକ ଜିଲ୍ଲାର ସମ୍ପାଦକମାନଙ୍କ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।

Comments are closed.