ଛତୁ ଖାଇ ସୁସ୍ଥ ରହନ୍ତୁ

0

ଭାରତରେ ସଂଖ୍ୟାଧିକ ପ୍ରଜାତିର ଛତୁ ମିଳିଥାଏ। ଆମ ପାରମ୍ପରିକ କାଇଦାରେ ବେଶ୍ ସୁଆଦିଆ ଭାବେ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ ଛତୁ ଅଳ୍ପ ପରିମାଣରେ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଛତୁରେ ୮୦-୯୦ ପ୍ରତିଶତ ଜଳୀୟ ଅଂଶ ଥାଏ, ଏଣୁ ଓଜନ ହ୍ରାସ କରିବାକୁ କିମ୍ବା ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ଲୋକେ ପ୍ରତ୍ୟହ ଛତୁ ତରକାରି ଖାଇବା ଉଚିତ। ସୋଡିୟମ୍ ଖୁବ୍ କମ୍ ମାତ୍ରାରେ ଏଥିରେ ଥାଏ।
ଉଚ୍ଚ ରକ୍ତଚାପ ରୋଗୀ ସପ୍ତାହରେ ୩-୪ର ଛତୁ ତରକାରି କିମ୍ବା ଭଜା ଖାଇବା ଭଲ। କାରଣ ଏଥିରେ ଥିବା ପୋଟାସିୟମ୍‌ ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃଦ୍‌ରୋଗରୁ ମଧ୍ୟ ରକ୍ଷା କରେ।
ନିୟମିତ ଭାବେ ଛତୁ ଖାଇଲେ ତାହା ହୃଦ୍ ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା କପର ତତ୍ତ୍ବ ହୃଦ୍‌ଯନ୍ତ୍ର ପାଇଁ ସର୍ବୋତ୍ତମ।
ଏହା ସହ ଏଥିରେ ଥିବା ସେଲେନିୟମ୍ ମଧ୍ୟ ଆମ ଶରୀରକୁ ଶକ୍ତି ପ୍ରଦାନ କରେ। ଶରୀରର କୋଷିକା କ୍ଷତିଗ୍ରସ୍ତ ନ ହେବାରେ ସେଲେନିୟମ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

kalyan agarbati
Leave A Reply