www.samajalive.in
Sunday, December 7, 2025
13.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଭୃସଙ୍ଗ ପତ୍ର ଏକ ବରଦାନ

ଭୃସଙ୍ଗ ପତ୍ରକୁ ଖାଦ୍ୟରେ ବ୍ୟବହାର କରିବା ଦ୍ବାରା ତାର ସ୍ବାଦ ବଢିଥାଏ। ଏହି ପତ୍ର କେବଳ ଖାଦ୍ୟ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ଏହା ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର ବ୍ୟବହାର ବିଷୟରେ ..

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ :

- Advertisement -

ଭୃସଙ୍ଗ ପତ୍ର ମଧୁମେହ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ଅଟେ। ଏହାର ସେବନ ଦ୍ବାରା ମଧୁମେହ ରୋଗୀଙ୍କ ଶରୀରରେ ଶର୍କରା ନିୟନ୍ତ୍ରିତ ହୋଇ ରହିଥାଏ। ତେଣୁ ଭୃସଙ୍ଗ ପତ୍ରକୁ ଶୁଖାଇ ତାକୁ କୁଟି ପାଉଡର ପ୍ରସ୍ତୁତ କରନ୍ତୁ। ସକାଳେ ଓ ସନ୍ଧ୍ୟାରେ ନିୟମିତ ରୂପେ ୩-୪ଗ୍ରାମର ପାଉଡର ସେବନ କରନ୍ତୁ। ଏପରି କରିବା ଦ୍ବାରା ମଧୁମେହ ରୋଗ କମ ହୋଇଥାଏ।

ଏନିମିଆ ରୋଗର ପ୍ରଭାବ କମ କରିଥାଏ :

ଭୃସଙ୍ଗ ପତ୍ରରେ ଭରପୂର ମାତ୍ରାରେ ଆଇରନ ଓ ଫଲିକ ଏସିଡ ରହିଛି। ଆଇରନ ଶରୀର ପାଇଁ ଏକ ମୁଖ୍ୟ ପୋଷକ ତତ୍ତ୍ବ ଅଟେ। ଫଲିକ ଏସିଡ ଏହାକୁ ଅବଶୋଷଣ କରିବାରେ ସହାୟକ ହୋଇଥାଏ। ଏହା ଏନିମିଆ​‌ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ବୃକକ ପାଇଁ ଲାଭଦାୟକ :

କୌଣସି କାରଣରୁ ଯଦି ଆପଣଙ୍କ ବୃକକରେ ସମସ୍ୟା ଦେଖା ଦେଉଥାଏ ତେବେ ଭୃସଙ୍ଗ ପତ୍ର ଖାଇବା ଲାଭଦାୟକ ହୋଇଥାଏ। ଭୃସଙ୍ଗ ପତ୍ରରେ ଥିବା ଭିଟାମିନ-ଏ ଓ ସି ବୃକକକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories