www.samajalive.in
Tuesday, December 9, 2025
15.1 C
Bhubaneswar

ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧିନସ୍ତ ତଲକାଲିମା ଗ୍ରାମରେ ଜଳସଙ୍କଟ ନେଇ ତଲକାଲିମା ଗ୍ରାମର ମହିଳାମାନେ ମଙ୍ଗଳବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗାଁରେ ୫୨ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୨ଟି ନଳକୂପ ରହିଅଛି କିନ୍ତୁ ଗୋଟିଏ ନଳକୂପ ଅଚଳ ହୋଇ ୬ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏବେ ଯାଏଁ ମରାମତି ହୋଇ ପାରୁନାହିଁ। ଖରା ଦିନ ପୂର୍ବରୁ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଏହି ଦୁର୍ଗମ ଅଞ୍ଚଳକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଲୋକେ ପ୍ରକାଶ କରିଛନ୍ତି। ଫଳରେ ଗୋଟିଏ ନଳକୂପରେ କମ ପରିମାଣରେ ପାଣି ବାହାରୁ ଥିବାରୁ ଲୋକଙ୍କ ପାଇଁ ନିଅଣ୍ଟ ହେଉଛି ବୋଲି କହିଛନ୍ତି। ଗାଁ ଲୋକଙ୍କୁ ଝରଣା ପାଣି ହିଁ ଯୋଗାଉଛି ବଞ୍ଚିବାର ରାହା। ଏହି ସମସ୍ୟାକୁ ନେଇ ମଙ୍ଗଳବାର ତଲକାଲିମା ଗାଁର ମହିଳା ମାନେ ଗୋଳିଆ ପାଣିକୁ ଧରି ଦାବିପତ୍ର ସହିତ ବିଡ଼ିଓଙ୍କ ଦ୍ଵାରସ୍ତ ହେଇଥିଲେ। ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅନୁପସ୍ଥିରେ ଜଳଯୋଗାଣ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଗାଁର ଜଳ ସମସ୍ୟାକୁ ନେଇଁ ବିଜେପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁଙ୍କୁ ପଚାରିବାରୁ ଲାଞ୍ଜିଗଡ ବିଡ଼ିଓଙ୍କ ଶହ ଆଲୋଚନା କରି ଆସନ୍ତା କାଲି ବୁଧବାର ଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଅIଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories