nua o banner

ନିର୍ବାଚନ ପରେ ଭୁବନେଶ୍ବର ବିମାନବନ୍ଦର ଘରୋଇକରଣ

BSKY banner  750×100

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ତୃତୀୟ ଚରଣ ‘ବିମାନବନ୍ଦର ଘରୋଇକରଣ-୩.୦’ ଆରମ୍ଭ କରିବ। ମୋଟ ୧୩ଟି ବିମାନବନ୍ଦରର ଘରୋଇକରଣ ହେବ। ଓଡ଼ିଶାର ଭୁବନେଶ୍ୱର, ତ୍ରିଚି, ଇନ୍ଦୋର, ରାୟପୁର, ଅମୃତସର ଏବଂ ବାରାଣସୀ ଭଳି ବଡ଼ ବଡ଼ ବିମାନବନ୍ଦର ସହ ଅନ୍ୟ ୭ଟି ଛୋଟ ବିମାନବନ୍ଦରର ଘରୋଇକରଣ ହେବ। ଏଥିସହ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ବିମାନବନ୍ଦରରେ ଥିବା ଏଏଆଇର ଅବଶିଷ୍ଟ ଅଂଶଧନ ବିକ୍ରି ହେବ।

ଭାରତରେ ବିମାନବନ୍ଦର ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ମାଲିକାନାରେ ଥିବା ୧୩ଟି ବିମାନବନ୍ଦରର ଘରୋଇକରଣ କରିବାକୁ ଯୋଜନା ହୋଇଛି। ଏହା ମଧ୍ୟରେ ଭୁବନେଶ୍ବର ବିମାନବନ୍ଦରର ଘରୋଇକରଣ ହେବା ନେଇ ସୂଚନା ରହିଛି। ଏଥିସହ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ବିମାନବନ୍ଦରରେ ଥିବା ଅଂଶଧନ ବିକ୍ରି କରିବା ମଧ୍ୟ ଯୋଜନାରେ ସାମିଲ ଅଛି। ଦେଶରେ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ପରେ ଏଏଆଇ ତୃତୀୟ ଚରଣ ‘ବିମାନବନ୍ଦର ଘରୋଇକରଣ-୩.୦’ ପ୍ରକ୍ରିୟା ଆରମ୍ଭ କରିବ। ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନବନ୍ଦର ଲିମିଟେଡ୍‌ରେ ଥିବା ୧୩% ଅଂଶଧନ ବିକ୍ରିରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ଜୁନ୍‌ରେ ନୂଆ ସରକାର ଗଠନ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏଏଆଇ ବେଙ୍ଗାଲୁରୁ ସହ ହାଇଦ୍ରାବାଦ ବିମାନବନ୍ଦରରେ ଥିବା ଅଂଶଧନ ମଧ୍ୟ ବିକ୍ରି କରିବ। ବେଙ୍ଗାଲୁରୁ ବିମାନବନ୍ଦର ପରିଚାଳନା କରୁଥିବା ପୁଞ୍ଜି ନିବେଶକ ଫାୟାରଫ୍ୟାକ୍ସ ନିକଟରେ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନବନ୍ଦର ଲିମିଟେଡ୍‌ର ୬୪% ଅଂଶଧନ ରହିଛି। ସିମେନ୍ସ ପ୍ରୋଜେକ୍ଟ ଭେଞ୍ଚର୍ସ ଜିଏମ୍‌ବିଏଚ୍‌ ନିକଟରେ ୧୦% ଅଂଶଧନ ଥିବା ବେଳେ ଏଏଆଇ ଏବଂ କର୍ଣ୍ଣାଟକ ରାଜ୍ୟ ଶିଳ୍ପ ଓ ଭିତ୍ତିଭୂମି ବିକାଶ ନିଗମ ନିକଟରେ ୧୩% ଓ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ନିକଟରେ ମଧ୍ୟ ୧୩% ଅଂଶଧନ ରହିଛି। ‘ବିମାନବନ୍ଦର ଘରୋଇକରଣ-୩.୦’ରେ ଏଏଆଇ ୧୩ଟି ବିମାନବନ୍ଦରର ପରିଚାଳନା, ବିକାଶ ଓ କାର୍ଯ୍ୟକାରିତା ନିମନ୍ତେ ଟେଣ୍ଡର ଆହ୍ବାନ କରିବ।

ଏଥିମଧ୍ୟରୁ ୬ଟି ବିମାନବନ୍ଦର ଓଡ଼ିଶାର ଭୁବନେଶ୍ୱର, ତ୍ରିଚି, ଇନ୍ଦୋର, ରାୟପୁର, ଅମୃତସର ଏବଂ ବାରାଣସୀ, ଯାହା ଯାତ୍ରୀ ପରିବହନ କ୍ଷେତ୍ରରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ଦ୍ୱାରା ପରିଚାଳିତ ଶୀର୍ଷ ୨୦ଟି ବିମାନବନ୍ଦର ମଧ୍ୟରେ ଅନ୍ୟତମ। ଏହି ୬ଟି ବିମାନବନ୍ଦରକୁ କ୍ଷତିରେ ଚାଲୁଥିବା ଅନ୍ୟ ୭ଟି ବିମାନବନ୍ଦର ଯଥା କୁଶିନଗର (ଉତ୍ତରପ୍ରଦେଶ), ଗୟା (ବିହାର), ହୁବ୍‌ଲି (କର୍ଣ୍ଣାଟକ), ଔରଙ୍ଗାବାଦ (ମହାରାଷ୍ଟ୍ର), ଜବଲପୁର (ମଧ୍ୟପ୍ରଦେଶ), ତିରୁପତି (ଆନ୍ଧ୍ରପ୍ରଦେଶ) ଏବଂ କଙ୍ଗରା (ହିମାଚଳ) ସହିତ ଯୋଡ଼ାଯିବ। ଉଭୟ ପ୍ରମୁଖ ଏବଂ ଛୋଟ ବିମାନ ବନ୍ଦରରେ ଭିତ୍ତିଭୂମି ଅଭିବୃଦ୍ଧିକୁ ଦୃଢ଼ କରିବାକୁ ଏହି ଯୋଜନା ବୋଲି ଜଣେ ଅଧିକାରୀ କହିଛନ୍ତି। ପ୍ରଥମ ପଦକ୍ଷେପ ଅନୁଯାୟୀ, ଏଏଆଇ ଏକ ପ୍ରସ୍ତାବ ଦେବ ଯେଉଁଥିରେ ୫୦ବର୍ଷ ପାଇଁ ୧୩ଟି ବିମାନବନ୍ଦରର ପରିଚାଳନା ନିମନ୍ତେ ଟେଣ୍ଡର ଆହ୍ବାନ କରାଯିବ। ତେବେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

Comments are closed.