www.samajalive.in
Monday, December 8, 2025
16.1 C
Bhubaneswar

‘ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ’

କଟକ : ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଏଣିକି ଦିନକୁ ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ  । ଏନେଇ ଗତ ୨୯ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଥିବା ରାଜ୍ୟ ସରକାର ବୁଧବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସୂଚନା ଦେଇଛନ୍ତି। ପୂର୍ବରୁ ସମସ୍ତ କଏଦୀଙ୍କୁ ସମାନ କ୍ୟାଲୋରୀଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଥିଲା। ଦିନକୁ ଜଣେ କଏଦୀ ସକାଳୁ ସନ୍ଧ୍ୟା ମଧ୍ୟରେ ୨୮୦୦ କ୍ୟାଲୋରୀର ଖାଦ୍ୟ ଖାଇଥାନ୍ତି। ‘ଲେବର ଡାଏଟ୍‌‌’ ବା ଜେଲ୍‌‌ରେ ଅଧିକ ପରିଶ୍ରମ କରୁଥିବା କଏଦୀଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ସମାଜସେବୀ ତଥା ଆଇନଜୀବୀ ମୃଣାଳିନୀ ପାଢ଼ୀ ଏହି ମାମଲାରେ ଏକ ମିସ୍‌‌କେସ୍‌‌ ରୁଜୁ କରିଥିଲେ। ଏହାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାରଙ୍କଠାରୁ ରିେପାର୍ଟ ମାଗିଥିଲେ। ଏହା ଉପରେ ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଗୁରୁବାର ଉଚ୍ଚ ନ୍ୟାୟାଳୟରେ ଜେଲ ସଂସ୍କାର ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ଉପରୋକ୍ତ ତଥ୍ୟ ଅଦାଲତଙ୍କୁ ଅବଗତ କରିଛନ୍ତି।
ଏଥିସହ ପ୍ରତ୍ୟେକ ଜିଲାରେ ଆଦର୍ଶ କାରାଗାର (ମଡେଲ୍‌‌ ଜେଲ୍‌‌) ଖୋଲିବା ସଂକ୍ରାନ୍ତରେ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣିରେ ଜବାବ ରଖିବେ। ଏଥିରେ ନିଜକୁ ସୁଧାରି ନେଇଥିବା କଏଦୀମାନେ ରହିବେ। ସେମାନଙ୍କୁ ଦିନବେଳା ନିଜ ଘରକୁ ଯିବା ପାଇଁ ଅନୁମତି ମିଳିବ। ରାତିରେ ପୁନର୍ବାର ଜେଲ୍‌‌କୁ ଫେରିଅାସିବେ। ଏହିଭଳି ମଡେଲ୍‌‌ ଜେଲ୍‌‌ ପ୍ରତ୍ୟେକ ଜିଲାରେ କରାଯାଇ ପାରିବ କି ନାହିଁ ସେ ସଂକ୍ରାନ୍ତରେ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣିରେ ଜବାବ ରଖିବାକୁ ନ୍ୟାୟାଳୟ ଆ​ଦେଶ ​ଦେଇଛନ୍ତି।  କୃଷ୍ଣପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୬ତାରିଖକୁ ଧାର୍ଯ୍ୟ ହୋଇଛି।
ଜେଲ୍‌‌ ସଂସ୍କାରକୁ ନେଇ ଦୀର୍ଘବର୍ଷ ଧରି ହାଇକୋର୍ଟରେ ମାମଲା ଚାଲିଆସୁଛି। ଏଥିରେ କଏଦୀମାନେ ଜେଲ୍‌‌ରେ କିପରି ମୌଳିକ ସୁବିଧା ପାଇପାରିବେ ଏବଂ ସେମାନଙ୍କ ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପାଇଁ ଉଚ୍ଚ ନ୍ୟାୟାଳୟ ଅନେକ ନିର୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜ୍ୟୋତିପ୍ରକାଶ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories