ମନ୍ଦିରର ରକ୍ଷକ ସାଜିଛି କୁମ୍ଭୀର ! ଆଶ୍ଚର୍ଯ୍ୟ ଲାଗୁଛି କି ?

0

କେରଳର ପ୍ରସିଦ୍ଧ ଅନନ୍ତପୁର ମନ୍ଦିରକୁ ଦୈନିକ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମେ। ତେବେ ଭଗବାନଙ୍କୁ ଦର୍ଶନ ସହ ଭକ୍ତମାନେ ଏହି ମନ୍ଦିରର ରକ୍ଷକ ତଥା ଜଗୁଆଳ ଦାୟିତ୍ବ ତୁଲାଉଥିବା କୁମ୍ଭୀରର ଦର୍ଶନକୁ ମଧ୍ୟ ଶୁଭ ମଣନ୍ତି।

ସ୍ଥାନୀୟ ଲୋକଙ୍କ ମତରେ ୭୦ ବର୍ଷରୁ ଅଧିକ ସମୟ ହେଲାଣି ଏହି କୁମ୍ଭୀରଟି ମନ୍ଦିରର ରକ୍ଷକ ଦାୟିତ୍ବ ତୁଲାଉଛି। ସେଠା ପୂଜକଙ୍କ କହିବାନୁସାରେ ପୁଷ୍କରିଣୀ ମଧ୍ୟରେ ଥିବା ଏହି ମନ୍ଦିରରେ ଦୈନିକ ଚାଉଳ ଓ ଗୁଡ଼ ପ୍ରସ୍ତୁତ ଭୋଗ ଠାକୁରଙ୍କୁ ଅର୍ପଣ କରାଯାଏ। ସେହି ଭୋଗ ହେଉଛି କୁମ୍ଭୀରର ଖାଦ୍ୟ।

ସେଠା ପୂଜକଙ୍କ କହିବାନୁସାରେ ମନ୍ଦିରର ଜଗୁଆଳୀ ଥିବା ଏଇ କୁମ୍ଭୀରକୁ ଭକ୍ତ କିମ୍ବା ଅନ୍ୟ ଲୋକେ ଆମିଷ ଖାଦ୍ୟ ଦିଅନ୍ତି ନାହିଁ। କୁମ୍ଭୀରଟି ପୋଖରୀ କୂଳ ପାହାଚ ପାଖକୁ ମଧ୍ୟ ଅନେକ ସମୟରେ ଚାଲିଆସେ ହେଲେ କାହାରିକୁ ମଧ୍ୟ ଆକ୍ରମଣ କରେନାହିଁ।

ମନ୍ଦିରର ବରିଷ୍ଠ ପୂଜକଙ୍କ ମତରେ ଏହି କୁମ୍ଭୀର ବିଶ୍ବର ଏକମାତ୍ର ଶାକାହାରୀ କୁମ୍ଭୀର। ସେଠା ପୂଜକମାନେ ନିୟମିତ କୁମ୍ଭୀର ପାଟିରେ ଭୋଗ ଦେବା ସହ ଅନେକ ତାକୁ ଆଲିଙ୍ଗନ ମଧ୍ୟ କରନ୍ତି। ଆଜି ପର୍ୟ୍ୟନ୍ତ କୁମ୍ଭୀରଟି କୌଣସି ହିଂସ୍ର ଆଚରଣ ପ୍ରଦର୍ଶନ କରିନାହିଁ।

Leave A Reply