www.samajalive.in
Tuesday, December 9, 2025
15.1 C
Bhubaneswar

ଗୁରୁତର କରୋନା ରୋଗୀଙ୍କ ମୃତ୍ୟୁ ରୋକିବାରେ ରିମେଡ଼ିସିଭର ଅସଫଳ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

ଆମେରିକାର ଫାର୍ମା କମ୍ପାନୀ ଗିଲିଆଡର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରିମେଡିସିଭର୍ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ବିଶେଷ ଫଳପ୍ରଦ ନୁହେଁ । ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କ୍ଷେତ୍ର​‌ରେ ରିମେଡ଼ିସିଭର ଅସଫଳ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି । ଏହି ଔଷଧର କ୍ଲିନିକାଲ ପରୀକ୍ଷା ପରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ଏହି ତଥ୍ୟ ପ୍ରଦାନ କରିଛି ।

କରୋନା ସଂକ୍ରମଣ ପ୍ରାଥମିକ ପର୍ଯ୍ୟାୟରେ ରିମେଡ଼ିସିଭରକୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ସଂକ୍ରମିତଙ୍କ ପାଇଁ ଉପଯୋଗୀ ବୋଲି ଘୋଷଣା କରିଥିଲା । ଗତ ବର୍ଷ ମେ ମାସରେ  ରେମାଡେସିଭିର ଆଣ୍ଟିଭାଇରାଲ୍ ଔଷଧ କରୋନା ରୋଗୀଙ୍କ ଉପରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ବୋଲି ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଏହାର ପ୍ରସ୍ତୁତକତ୍ତା କମ୍ପାନୀ ପକ୍ଷରୁ କୁହାଯାଇଥିଲା । ଏହି ଔଷଧ କରୋନା ସଂକ୍ରମିତ ରୋଗୀଙ୍କୁ ଖୁବ୍ ଶୀଘ୍ର ଆରୋଗ୍ୟ କରିପାରିବ ବୋଲି ମଧ୍ୟ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମତ ଦେଇଥିଲା । ମାତ୍ର ଏହି ଔଷଧ ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରିବ ନାହିଁ କିମ୍ବା ଜୀବନ ରକ୍ଷା କରିପାରିବ ନାହିଁ ବୋଲି ଏବେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ  ରିପୋର୍ଟରେ ପ୍ରକାଶ ପାଇଛି ।  ୩୦ଟି ଦେଶରୁ୧୨୬୬ ବୟସ୍କ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଏହି ଔଷଧ ପ୍ରୟୋଗ କରାଯାଇଥିଲା । ସେମାନଙ୍କ ଚିକିତ୍ସା ନିମନ୍ତେ ରିମେଡ଼େସିଭର ଦିଆଯାଇଥିଲା । ମାତ୍ର ଏହି ପରୀକ୍ଷାରେ ରିମେଡ଼ିସିଭିର ଉତ୍ତୀର୍ଣ ହୋଇପାରି ନାହିଁ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories