www.samajalive.in
Thursday, December 11, 2025
15.1 C
Bhubaneswar

ସଂକ୍ରମଣରୁ ସୁରକ୍ଷାର ୫ ସୂତ୍ର

  • ହାତ: କରୋନା ସଂକ୍ରମଣ ହାତ ଦ୍ବାରା ବ୍ୟାପିବାର ଆଶଙ୍କା ସର୍ବାଧିକ। ଏଣୁ ହାତ ଅପରିଷ୍କାର ଦେଖା ଯାଉ ନ ଥିଲେ ମଧ୍ୟ ତାହାକୁ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଓ ପାଣି ତଥା ୬୦% ଆଲକହଲ ଯୁକ୍ତ ସାନିଟାଇଜରରେ ଧୁଅନ୍ତୁ।      କାଶିବା ବା ଛିଙ୍କିବା, ଅସୁସ୍ଥଙ୍କ ସେବା ବା ଯତ୍ନ କରିବା, ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ, ସମୟରେ ଏବଂ ପରେ, ଖାଇବା ପୂର୍ବରୁ, ଶୌଚ ହେବା ପରେ, ଗୃହପାଳିତ ପଶୁଙ୍କ ସେବା କରିବା ପରେ ନିଶ୍ଚିତ ଭାବେ ହାତକୁ ଭଲକରି ଧୁଅନ୍ତୁ। – କହୁଣୀ: କାଶ ବା ଓ ଛିଙ୍କିବା ବେଳେ ନିଜର ପାଟି ଓ ନାକକୁ କହୁଣିରେ ଢାଙ୍କି ରଖିବାର ଅଭ୍ୟାସ କରନ୍ତୁ। ନାକ, ପାଟି, ମୁହଁ ଓ ହାତ ପୋଛିବା ପାଇଁ ବ୍ୟବହାର କରିଥିବା ଟିସୁକୁ ତୁରନ୍ତ ଢାଙ୍କୁଣି ଥିବା ଅଳିଆ ଡବାରେ ଫିଙ୍ଗନ୍ତୁ ଏବଂ ହାତକୁ ସାବୁନରେ ଭଲ ଭାବେ ଧୁଅନ୍ତୁ।
    – ମୁହଁ: ବାରମ୍ବାର ମୁହଁରେ ହାତ ମାରନ୍ତୁ ନାହିଁ। ବିଶେଷ କରି ଆଖି, ନାକ ଓ ପାଟି ଦ୍ବାରା ଭୂତାଣୁ ଶରୀରରେ ପ୍ରବେଶ କରିବାର ଆଶଙ୍କା ଥାଏ।
    – ଦୂରତା: ଲକଡାଉନ ବେଳେ ବାହାରକୁ ଯିବାକୁ ପଡିଲେ ସାମାଜିକ ଦୂରତା ରକ୍ଷାର ନିୟମ ପାଳନ କରନ୍ତୁ। ଏକାଧିକ ଲୋକ ବାର୍ତ୍ତାଳାପ କରିବା ବେଳେ ପରସ୍ପରଠାରୁ ଏକ ମିଟର ଦୂରତା ରକ୍ଷା କରନ୍ତୁ। ଏହାଦ୍ବାରା ଗହଳି ଭିତରେ କୌଣସି ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ (ଥଣ୍ଡା-କାଶ) ଥିଲେ ତାଙ୍କ କାଶ ବା ଛିଙ୍କରୁ ପଡୁଥିବା ଛିଟାରେ ଥିବା କରୋନା ଭୂତାଣୁ ଶ୍ବାସକ୍ରିୟା ଦ୍ବାରା ଆପଣଙ୍କ ଶରୀରରେ ପ୍ରବେଶ କରିବାର ଆଶଙ୍କା ରହିବ ନାହିଁ।
    – ଅନୁଭବ: ଅସୁସ୍ଥ ଅନୁଭବ କଲେ ଘରେ ସଙ୍ଗରୋଧ ହୋଇ ରୁହନ୍ତୁ। ଥଣ୍ଡା, କାଶ ଓ ଜ୍ବର ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସ୍ଥାନୀୟ ପ୍ରଶାସନ ଦ୍ବାରା ପ୍ରଦାନ କରାଯାଉଥିବା ତଥ୍ୟ ସମ୍ବନ୍ଧରେ ସଚେତନ ହୁଅନ୍ତୁ ଓ ଲାଗୁ ହୋଇଥିବା କଟକଣା ମାନନ୍ତୁ। ଆବଶ୍ୟକସ୍ଥଳେ କରୋନା ମୁକାବିଲା ଲାଗି କରାଯାଇଥିବା ସ୍ବାସ୍ଥ୍ୟସେବା ବ୍ୟବସ୍ଥାରୁ ସହାୟତା ନିଅନ୍ତୁ। ଏହା ଆପଣଙ୍କୁ ସୁରକ୍ଷା ଏବଂ କରୋନା ସଂକ୍ରମଣ ରୋକିବା ଲାଗି ଉଦ୍ଦିଷ୍ଟ। ଏଣୁ ଏଭଳି ସେବା ପ୍ରଦାନକୁ ନେଇ ସନ୍ଦିହାନ ହୁଅନ୍ତୁ ନାହିଁ କି ସଙ୍ଗରୋଧକୁ ଡରନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories