mission shakti banner

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସଜାଗ ରହିବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ

nua o banner

ଭୁବନେଶ୍ବର: ଦେଶର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପ୍ରତି ସଜାଗ ରହିବାକୁ ସ୍ବାସ୍ଥ୍ୟ ନିର୍ଦେଶ ଜାରି କରିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସଜାଗ ରହିବା ଲାଗି ପରାମର୍ଶ ସୂଚକ ଚିଠି ଲେଖିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଲେଖିଥିବା ଚିଠିରେ ସର୍ଭିଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି।

ମେଡ଼ିକାଲ କଲେଜ ଓ ହସ୍ପିଟାଲ ଅକ୍ସିଜେନଯୁକ୍ତ ବେଡ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଥିବାବେଳେ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ଦେଇଛି। ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଟେଷ୍ଟ କିଟ ଓ ଆବଶ୍ୟକୀୟ ଔଷଧ ମହଜୁଦ ରଖିବାକୁ ନିର୍ଦେଶ ଦେବା ସହ ଟେଷ୍ଟିଂ କିମ୍ବା ଚିକିତ୍ସା ସୁବିଧା ନ ଥିବା ନେଇ ଯେପରି ଅଭିଯୋଗ ନ ଆସେ ସେଥିପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲେଖାଯାଇଥବା ଚିଠିରେ ଉଲ୍ଲେଖ କରାଯାଇଛି।

Comments are closed.