www.samajalive.in
Tuesday, December 9, 2025
23.1 C
Bhubaneswar

ବିଜେପି ସହ ବିଜେଡ଼ିର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲେ ରାଜ୍ୟ କଂଗ୍ରେସ ସଭାପତି

ଭୁବନେଶ୍ୱର: ବିଜେପି ଓ ଆରଏସଏସ ସହ ବିଜେଡ଼ିର ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ଆର.ଏସ.ଏସ ଏବଂ ବିଜେପି ସହ ଆପଣଙ୍କ ସମ୍ପର୍କ କ’ଣ ତାହା ଜନସାଧାରଣଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତିଙ୍କୁ ସେ ଆହ୍ବାନ ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ  ଏବେ ଆମେ ଦେଖୁଛୁ ବିଜେପି ପକ୍ଷରୁ ଯେତେ ବିଲ୍‍ ସଂସଦରେ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଆସୁଛି ସବୁ ବିଲ୍‍କୁ  ବିଜେଡ଼ି ସମର୍ଥନ କରୁଛି। ଏନ୍‍ଆରସି ଓ ସିଏଏକୁ ସମର୍ଥନ କଲେ। କୃଷି ବିଲକୁ ସମର୍ଥନ କଲେ। ଆପଣା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ସତ୍ୱେ ବେକାରୀ ସମସ୍ୟା ଦୂର ହେଲା ନାହିଁ । ଯାହା ଫଳରେ ଦୀର୍ଘ ୪୫ ବର୍ଷ ମଧ୍ୟରେ ସର୍ବାଧିକ ହାର ବେକାରୀ ସମସ୍ୟା ହେଲା ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଜିଏସଟି ବିଲକୁ ବି ସମର୍ଥନ କଲେ  ଏବଂ ଆମ ଓଡ଼ିଶା ରାଜ୍ୟ ଜିଏସଟି ବାଦରେ ଯାହା ପାଇବା ପ୍ରାପ୍ୟ ତାକୁ ମଧ୍ୟ କେନ୍ଦ୍ର ନଦେଇ ଋଣ ନେବାକୁ କହିଲା।

ଯେଉଁ ସବୁ ଶିଳ୍ପ କାରଖାନା କଂଗ୍ରେସ ସମୟରେ ହୋଇଥିଲା ତାହା ବର୍ତମାନ ସମୟରେ ବନ୍ଦ ହୋଇପଡ଼ିଛି। ବିଜେପି ସରକାରରେ ତୈଳଦରଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ହେଉଥିଲେ ମଧ୍ୟ ବିଜେଡ଼ି ପଦଟି ପାଟି ନଫିଟେଇବା କାରଣ କଣ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।  ସଂଖ୍ୟାଲଘୁ ଠୁଁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁଥିରେ ଆପଣ ଓ ଆପଣଙ୍କ ଦଳ ବିଜେଡ଼ି ବିଜେପିକୁ ସମର୍ଥନ କରି ଆସୁଛି। ତେଣୁ ବିଜେଡ଼ି ଓ ବିଜେପି ଭିତରେ ଫରକ କ’ଣ ରହିଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ଆଜି  କରୋନା ମହାମାରୀରେ ସାରା ବିଶ୍ୱରେ ଭାରତ ତୃତୀୟରେ ଆସି ପହଂଚି ଥିଲାବେଳେ ଓଡ଼ିଶା ରାଜ୍ୟ ଭାରତରେ ୮ମ ସ୍ଥାନରେ ପଂହଚିଲାଣି କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି ମାକ୍ସ କିଣାରୁ ଆରମ୍ଭ କରି ଭେଂଟିଲେଟର କିଣା ପର୍ଯ୍ୟନ୍ତ। ତଳୁ ଉପର ଯାଏଁ ସମସ୍ତ ଦୁର୍ନୀତିରେ ସଂପୃକ୍ତ। ଏବେ ଟଙ୍କିକିଆ ଚାଉଳର ବାହାଦୁରୀ ନେଉଛନ୍ତି ଉଭୟ ବିଜେଡ଼ି ଓ ବିଜେପି ଯାହାକି ପ୍ରକୃତରେ ୟୁପିଏ ସରକାରର ଅବଦାନ। କେଉଁ ପରିପ୍ରେକ୍ଷୀରେ ସେହି ବିକାଶ କଥା କହୁଛନ୍ତି  ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories