ଗଣତନ୍ତ୍ରକୁ ବଜାରତନ୍ତ୍ରରେ ପରିବର୍ତ୍ତନକୁ ବିରୋଧ କରନ୍ତୁ:ନିରଞ୍ଜନ
ଭୁବନେଶ୍ୱର: ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ଏକ ମାତ୍ର ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର ଏକନମ୍ବର କିନ୍ତୁ ରାଜ୍ୟ କାହିଁକି ସର୍ବଭାରତୀୟ ସ୍ତରରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ଆଇନକାନୁନ, ରୋଜଗାର, ଶିଶୁମୃତ୍ୟୁ ହାର, ମାତୃ ମୃତ୍ୟୁହାର ସବୁଠାରୁ ପଛଆଡ଼ୁ ପ୍ରଥମ । ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡ଼ି ଓ ବିଜେପି ଓଡ଼ିଶାର ଶାସନ ବ୍ୟବସ୍ଥାରେ ଥିଲେ । ଓଡ଼ିଶାବାସୀଙ୍କୁ ଯେଉଁ ଆଶା, ଭରଷା ଓ ବିଶ୍ୱାସ ଜନ୍ମାଇଥିଲେ ତା’ର କାଣିଚାଏ ମଧ୍ୟ ପୂରଣ କରାଯାଇ ନାହିଁ । ୨୦୦୯ ମସିହାରେ କୁହାଯାଇଥିଲା ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୩୫% ଜଳସେଚନ କରାଯିବ କିନ୍ତୁ ଆଜି ୨୨ ବର୍ଷପରେ ମଧ୍ୟ ମାତ୍ର ୧୮% ଜଳ ସେଚନ କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରତିବର୍ଷ ଦୁଇଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଆଶା ଓ ବିଶ୍ୱାସ ବେରୋଜଗାର ଯୁବକ ଯୁବତୀ ମନରେ ସୃଷ୍ଟି କରାଯାଇଥିଲା । ୨୨ ବର୍ଷ ଭିତରେ ୪୪ ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବା କଥା କିନ୍ତୁ ଆଜି ରାଜ୍ୟରେ ପାଖାପାଖି ୪୫ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି । କୁହାଗଲା ଓଡ଼ିଶାରେ ପୁଞ୍ଜି ବିନିଯୋଗର ଅପାର ସୁଯୋଗ ରହିଛି ଏବଂ ରାଜ୍ୟବାସୀଙ୍କୁ ହିସାବ ଦିଆଗଲା ପାଖାପାଖି ୧୦ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ହୋଇଛି ବୋଲି ତାହାହେଲେ କାହିଁକି ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହୋଇପାରିଲା ନାହିଁ ଏହା ଏକ ବଡ଼ ପ୍ରଶ୍ନବାଚୀ । ଏ ରାଜ୍ୟରେ ମହିଳା ମାନଙ୍କ ପ୍ରତି ନିର୍ଯ୍ୟାତନା ପ୍ରତିଦିନ ହୁ ହୁ ହୋଇ ବଡ଼ିଚାଲିଛି ଶେଷରେ ଆମେ ଭାରତ ବର୍ଷରେ ଏକ ମୁଖ୍ୟ ନାରୀ ଅପରାଧ ପ୍ରବଣ ରାଜ୍ୟ ରୂପେ ପରିଗଣିତ କାହିଁକି ବୋଲି ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କୃଷକ ମାନଙ୍କର ଆୟକୁ ଦ୍ୱିଗୁଣା କରିବାର ଉଭୟ ବିଜେପି ଓ ବିଜେଡ଼ି ଏକ ସ୍ୱରରେ କହିଥିଲେ । ରାଜ୍ୟ ସରକାର କାଳିଆ ଯୋଜନା କଲେ କିନ୍ତୁ ଏ ରାଜ୍ୟର ୮୦ ଭାଗ ଜନସାଧାରଣ କୃଷକ ଓ କୃଷିକାର୍ଯ୍ୟ ସହିତ ଜଡ଼ିତ । ଆଜି ଧାନମଣ୍ଡିରେ କୃଷକ ଧାନବସ୍ତା ଦେଇ ଶୋଇଛି ମାସ ମାସ ଧରି । ଟୋକନ ଭୁବନେଶ୍ୱରରୁ ଆସିବ ବୋଲି ଅପେକ୍ଷା କରିଛି । ଆଜି ପର୍ଯ୍ୟନ୍ତ ତାର ଉତ୍ପାଦିତ ଧାନ ମଣ୍ଡିରୁ ଉଠିଲା ନାହିଁ । ମିଲର ମାନଙ୍କ ସହିତ ରାଜ୍ୟ ସରକାରଙ୍କର କେଉଁ ଏକ ଅଘୌଷିତ ସଂପର୍କ ପାଇଁ ଆଜି ଚାଷି ଏବଂ ଚାଷି ପରିବାର କାନ୍ଦୁଛି । ସ୍କୁଲରେ ଶିକ୍ଷକ ନରଖିବା ଏ ଏକବର୍ଷର କଥା ନୁହେଁ । ବର୍ଷପରେ ବର୍ଷ ସମସ୍ତ ସରକାରୀ ସ୍କୁଲକୁ ୨୨ ବର୍ଷର ସରକାରଙ୍କର ନୀତି ଓ ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସ୍ଥାଣୁ ପ୍ରାୟ । ଓଡ଼ିଶା ବିଜୁଳି ଉତ୍ପାଦନର ବଳକା ରାଜ୍ୟ ହୋଇଥିଲେ ମଧ୍ୟ ଏ ରାଜ୍ୟରେ ଖାଉଟି ମାନଙ୍କୁ ଭାରତବର୍ଷରେ ସବୁଠାରୁ ଅଧିକ ଦାମ କାହିଁକି ନିଆଯାଉଛି । କେଉଁ ପୁଞ୍ଜିପତି ମାନଙ୍କ ସ୍ୱାର୍ଥକୁ ଉଭୟ ସରକାର ଜଗିଛନ୍ତି । ଆଜି ଓଡ଼ିଶାର ୮ଟି ଆଦିବାସୀ ବହୁଳ ଜିଲ୍ଲା ଭାରତ ବର୍ଷର ସବୁଠାରୁ ପଛୁଆ ଜିଲ୍ଲା । ୨୨ ବର୍ଷ ପରେ ମଧ୍ୟ ଆଜି କାହିଁକି ଗର୍ଭବତି ମହିଳା ଖଟିଆରେ ବୁହା ହେଉଛି । ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେବଳ ସ୍ୱାସ୍ଥ୍ୟ କାର୍ଡ ବାଂଟିବାରେ ସୀମାବଦ୍ଧକି? ଡାକ୍ତରଖାନାରେ ଡାକ୍ତରଙ୍କୁ ରଖିବା ନାହିଁ ନର୍ସଙ୍କୁରଖିବା ନାହିଁ ନର୍ସ, ପାରାମେଡିକାଲ ଷ୍ଟାଫ ଏବଂ ବୈଷୟିକ ଜ୍ଞାନପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି ଦେବା ନାହିଁ କେବଳ ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଡ ବାଂଟିଲେ ଏ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ହୋଇଯିବକି । ୨୦୧୪ ମସିହା ପୂର୍ବରୁ କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପାଇଁ ଭାରତବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ କହିଥିଲେ କଳାଧନର ମୂଳ ଉତ୍ପାଟନ ହେବ କିନ୍ତୁ ଯେଉଁ କଳାଧନ କେତେ ଆସିଲା କେହି ଜାଣିଲେ ନାହିଁ କି ଜଣାଗଲା ନାହିଁ । ଆଜି ଜିଏଷ୍ଟି, ବିମୁଦ୍ରିକରଣ ସରକାରଙ୍କର ଭୁଲ କୃଷି ନୀତି, ବୈଦେଶିକ ନୀତି ତଥା ଅର୍ଥନୀତିକୁ ପରିଚାଳନ କରିବାରେ ଦକ୍ଷତାର ଅଭାବ ଯୋଗୁଁ ଆଜି ଭାରତବର୍ଷ ବହୁ ପଛକୁ ଚାଲିଯାଉଛି । ଦୀର୍ଘ ୭ବର୍ଷ ଭିତରେ ଆଛେଦିନର ସ୍ୱପ୍ନ ଦେଖାଇଥିବା ସରକାର ଆଛେଦିନ କେବେ ଆସିବ କହିପାରୁ ନାହିଁ । ଜିନିଷ ପତ୍ରର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ବେରୋଜଗାରୀ ୪୫ ବର୍ଷରେ ଶୀର୍ଷ ଛୁଇଁସାରିଲାଣି । ୪.୫ କୋଟି ଲୋକମାନେ ମୋଦିଙ୍କ ସରକାରରେ ଗରିବ ସୀମାରେଖା ତଳକୁ ଚାଲିଯାଇଛନ୍ତି । ଯେଉଁମାନଙ୍କୁ କଂଗ୍ରେସ ସରକାର ୨୦୦୦-୧୪ ମଧ୍ୟରେ ସେମାନଙ୍କୁ ଗରିବ ସୀମାରେଖା ଉପରକୁ ଉଠାଇ ପାରିଥିଲେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ଦେଶବାସୀଙ୍କୁ କହିଥିଲେ ପ୍ରତ୍ୟେକ ଭାରତୀୟ ବ୍ୟାଙ୍କ ଖାତାକୁ ୧୫ଲକ୍ଷ ଆସିବ କିନ୍ତୁ ୧୫ଟଙ୍କା ଆସିଲା ନାହିଁ ଏହା କଣ ଜୁମୁଲା ଥିଳାକି । କୃଷକ ମାନଙ୍କର ଆୟ ବହୁପରିମାଣରେ କମି ଯାଇଛି । ୬୬ଲକ୍ଷ ଅଣୁ କ୍ଷୁ୍ୟଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ସମ୍ବିଧାନ ଓ ସମ୍ବିଧାନିକ ଅନୁଷ୍ଠାନ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଉଗ୍ର ଜାତୀୟତା ବାଦ ନାମରେ ଦେଶ ଭିତରେ ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରାଯାଉଛି । ଅର୍ଥ ବଳରେ ଯେନତେନ ପ୍ରକାରରେ ଲୋକମାନଙ୍କୁ ପ୍ରଲୋଭିତ କରି ମିଥ୍ୟ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଏହି ପ୍ରକ୍ରିୟା ଯଦି ଚାଲୁ ରହେ ତାହାହେଲେ ଅତି ଶୀଘ୍ର ଗଣତନ୍ତ୍ର ଦ୍ରୁତି ଅବକ୍ଷୟମୁଖି ହେବ ଏବଂ ଗଣତନ୍ତ୍ର ବଜାର ତନ୍ତ୍ରରେ ପରିଣତ ହୋଇଯିବ । ଏଣୁ ମୋର ଓଡ଼ିଶାବାସୀଙ୍କୁ ବିନମ୍ର ନିବେଦନ ଆପଣମାନେ ଆସନ୍ତା ପଂଚାୟତ ନିର୍ବାଚନରେ ଏ ସମସ୍ତ ମୌଳିକ ପ୍ରଶ୍ନଗୁଡ଼ିକୁ ଉଭୟ ବିଜେଡ଼ି ଓ ବିଜେପି ଦଳର ନେତା, ମନ୍ତ୍ରୀ ଓ ପ୍ରାର୍ଥୀମାନଙ୍କୁ ପଚାରନ୍ତୁ ତଥା କଂଗ୍ରେସକୁ ଭୋଟ ଦେବାପାଇଁ ମୁଁ ଅନୁରୋଧ କରୁଛି ଏବଂ ଆସନ୍ତା ଦିନରେ ଏକ ସୁନ୍ଦର ଓଡ଼ିଶା ଗଠନ କରିବାରେ ଆପଣମାନଙ୍କ ସହଯୋଗ ଅପେକ୍ଷାରେ କଂଗ୍ରେସ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
Comments are closed.