କଂଗ୍ରେସ ପକ୍ଷରୁ ୧୦ ଏବଂ ବିଜେପି ପକ୍ଷରୁ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷିତ

0

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ରବିବାର ୧୦ ଏବଂ ବିଜେପି ପକ୍ଷରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଜାରି କରାଯାଇଛି। କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କ ପୁଅ କାର୍ତି ଚିଦମ୍ବରମଙ୍କୁ ତାମିଲନାଡୁ ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରିଛି। କାର୍ତି ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ-ମ୍ୟାକ୍ସିସ ମାମଲାରେ ଅଭିଯୁକ୍ତ ଅଛନ୍ତି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଏହି ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି। ପି. ଚିଦମ୍ବରମ ଶିବଗଙ୍ଗା ଲୋକସଭା ଆସନରୁ ୭ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ତେବେ ୨୦୧୪ରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ। ସେପଟେ ବିଜେପି ଛତିଶଗଡ଼ର ୬, ମହାରାଷ୍ଟ୍ର-ତେଲଙ୍ଗାନା, ମେଘାଳୟଙ୍କ ଗୋଟିଏ ଲେଖାଏଁ ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଛତିଶଗଡ଼ରେ ବର୍ତ୍ତମାନର ୬ ସାଂସଦଙ୍କ ଟିକେଟ କାଟି ଦେଇଛି। କଂଗ୍ରେସ ପକ୍ଷରୁ ବିହାରର ୩ଟି, ମହାରାଷ୍ଟ୍ରର ୪, ଜାମ୍ମୁ- କାଶ୍ମୀର, କର୍ଣ୍ଣାଟକର ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

Leave A Reply