୯ ଦିନ ପରେ ମହିଳାଙ୍କ କାନରୁ ବାହାରିଲା ଅସରପା

0

ୱାଶିଂଟନ : ଅଷରପା ନାମ ଶୁଣିଲେ ଅନେକ ଲୋକଙ୍କ ମନରେ ଭୀତି ଆସିଯାଏ । ଏକ ବିପଦଜନକ କୀଟ ହୋଇନଥିଲେ ମଧ୍ୟ ଅନେକ ଅଷରପା ପାଖରେ ସହଜ ମନେକରନ୍ତି ନାହିଁ । ଏ କ୍ରମରେ କାନରେ ଅଷରପା ପଶିଯିବା ଭାବିଲେ ଦେହ ଶୀତେଇ ଉଠେ । ମାତ୍ର ଆମେରିକାର ଜଣେ ମହିଳାଙ୍କ କାନରେ ଏକ ଅଷରପା ୯ ଦିନ ପର୍ଯ୍ୟନ୍ତ ରହିବା ପରେ କଢାଯାଇଛି ।

ସୂଚନା ଅନୁସାରେ ଫ୍ଲୋରିଡ଼ାର କେଟି ହୋଲି ନାମକ ଜଣେ ମହିଳା ଘଣ କାମ କରୁଥିବାବେଳେ ତାଙ୍କ ଅଜାଣତରେ କାନରେ ଏକ ଅଷରପା ପଶିଯାଇଥିଲା । ସେ ପ୍ରଥମେ କାନରେ ଏକ ବରଫ ଖଣ୍ଡ ପଶିଯାଇଥିବା ଭାବୁଥିଲେ । ମାତ୍ର କାନ ମଧ୍ୟରେ କିଛି ବୁଲୁଥିବା ଅନୁଭବ କରିବା ପରେ ତାଙ୍କ ନିଦ ହଜିଯାଇଥିଲା । କାନରେ ସ୍ପିରିଟ୍‌ ଓ ଅନ୍ୟ ଔଷଧ ପକାଇ ସେ ଆଶ୍ୱସ୍ଥି ଅନୁଭବ କରିଥିଲେ ।

କିନ୍ତୁ ଦିନକୁ ଦିନ ତାଙ୍କ କାନର ଯନ୍ତ୍ରଣା ବଢିଯାଇଥିଲା । ଏମିତି ୮ ଦିନ ବିତିଯାଇଥିଲା। ୯ମ ଦିନ କାନ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ୨୦ ମିନିଟ ଚେଷ୍ଟା କରି ଡାକ୍ତର ଅଷରପାକୁ ମାରିବା ପରେ ପଦାକୁ ବାହାର କରିଥିଳେ । କାନ ପରଦାକୁ ଅଷରପା କାମୁଡ଼ିନଥିବାରୁ କାଟି ହୋଲି ବହୁ ଭାଗ୍ୟଶାଳୀ ବୋଲି ଡାକ୍ତର କହିଛନ୍ତି । ଅଷରପା ବାହାରି ସାରିବା ପରେ ବି ତାଙ୍କ କାନରେ ସୁଂ ଭଳି ଶବ୍ଦ ହେଉଥିବା କାଟି କହିଛନ୍ତି ।

Leave A Reply