ବିଭିନ୍ନ ବିଭାଗର ସମୀକ୍ଷା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟରେ ବିଭିନ୍ନ ବିଭାଗର ସମୀକ୍ଷା ଆରମ୍ଭ କରିଛନ୍ତି। ଆସନ୍ତା ୨୧ ତାରିଖରେ ବିଜେଡି ସରକାର ଶାସନର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ସେ ବିଭିନ୍ନ ବିଭାଗର ରିପୋର୍ଟର ସମୀକ୍ଷା ଆରମ୍ଭ କରିଛନ୍ତି।

ମଙ୍ଗଳବାର ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଦ୍ୟାଳୟ ଓ  ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସଚିବ ପ୍ରଦୀପ ମହାପାତ୍ର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି ଯେ ତାଙ୍କ ବିଭାଗ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିତରଣ କ୍ଷେତ୍ରରେ ବିଭାଗ ସପଳ ହୋଇଛି। ସେହିପରି ଅନେକ ପତିବନ୍ଧକ ଭିତରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି ଏବଂ ପରୀକ୍ଷା ଫଳ ଉତ୍ସାହ ଜନକ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ପରେ ମୁଖ୍ୟମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି  ବିଭାଗର ସମୀକ୍ଷା କରିଛନ୍ତି । ସେହିପରି ଆଜି  ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି।  ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ସମୀକ୍ଷା କରାଯାଉଛି।

ଏହି ସବୁ ରିପୋର୍ଟ ଆଧାରରେ ଦଳ ଆଗାମୀ ବିଧାନସଭା ନିର୍ବଚନ ମୈଦାନକୁ ଓହ୍ଲାଇବ ଏବଂ ନିଜର ସଫଳତାକୁ ଲୋକଙ୍କ ପାଖରେ ଉପସ୍ଥାପିତ କରିବ।

Leave A Reply