ଭୁବନେଶ୍ବର ବିମାନବନ୍ଦର ପରିସରରେ ‘ଡାକୋଟା’ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଜୁବାବୁଙ୍କ ସାହସ ଓ ବୀରତ୍ବର ପ୍ରତୀକ ‘ଡାକୋଟା’
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦର ପରିସରରେ ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ‘ଡାକୋଟା’କୁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଡାକୋଟା’କୁ ଲୋକାର୍ପିତ କରିଛନ୍ତି। ଆଜି ଭୁବନେଶ୍ବର ବିମାନବନ୍ଦର ସମ୍ମୁଖରେ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠାରୁ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟାକୁ ଓଡ଼ିଶାବାସୀ ଦେଖିବାରୁ ସୁଯୋଗ ପାଇଛନ୍ତି। ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ଡାକୋଟାକୁ ଜନସାଧାରଣ ପାଖରୁ ଦେଖି ବେଶ ଖୁସି ଅନୁଭବ କରିଛନ୍ତିି।
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପୂର୍ଣ୍ଣ ରୂପ ନେଇଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ଡାକୋଟା। ବିଜୁଙ୍କ ଜୟନ୍ତୀ ଅବସରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ବିଶାଳ ଡାକୋଟା। ଦ୍ୱିତୀୟ ବିଶ୍ୱଯୁଦ୍ଧ, ସ୍ୱାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ କେବଳ ପଢ଼ିବାକୁ ମିଳୁଥିଲା। ଏଣିକି ବାସ୍ତବରେ ପ୍ରବାଦ ପୁରୁଷଙ୍କ ବୀରତ୍ୱର ମୁକସାକ୍ଷୀ ‘ଡାକୋଟା’କୁ ଜନସାଧାରଣ ଦେଖିବାର ସୁଯୋଗ ପାଇଛନ୍ତି।
ଡାକୋଟାର ଇଞ୍ଜିନ, ସହିତ ଫ୍ୟୁଜ୍ ଲସ୍କୁ ମୂଳ ରଙ୍ଗ ହାଲୁକା ଗ୍ରେ ରଙ୍ଗ କରାଯାଇଛି । କଲକାତାରୁ ଡାକୋଟାରୁ ଆଣିବା ପରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଏଆର୍ଡିସିର ପ୍ରାୟ ୧୫୦ ଜଣ ଇଞ୍ଜିନିୟର ନିୟୋଜିତ ହୋଇଥିଲେ। ଫେବ୍ରୁଆରୀ ୨୪ ତାରିଖରେ ବେସ୍ ଅଣାଯିବା ପରେ ଗତ ୨୮ ତାରିଖରେ ଏହାର ଡେଣା ଓ ଫ୍ୟୁଜ୍ ଲସ୍କକୁ ଖଞ୍ଜାଯାଇଛି। ଏପରିକି ନଷ୍ଟ ହୋଇଥିବା ଟାୟାରକୁ ପୁଣି ମରାମତି କରାଯାଇ ଅରିଜିନାଲ ଲୁକ୍ ଦିଆଯାଇଛି।
Comments are closed.