www.samajalive.in
Sunday, December 7, 2025
26.1 C
Bhubaneswar

ଦେଶରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ନାଗରିକ ସଂଶୋଧନ ଆଇନ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ସିଲିଗୁଡ଼ି: କରୋନା ଯୋଗୁଁ ଦେଶରେ ନାଗରିକ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିଛି । ଏହା ଦେଶବ୍ୟାପୀ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ଼୍ଡ଼ା କହିଛନ୍ତି । ଆଗାମୀ ବର୍ଷ ହେବାକୁଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାଙ୍ଗଠନିକ ପ୍ରସ୍ତୁତି ଆକଳନ ଓ ଦଳକୁ ତୃଣମୂଳରୁ ଦୃଢ଼ୀକରଣ କରିବା ନିମନ୍ତେ ଗସ୍ତ ଅବସର​‌ରେ ଶ୍ରୀ ନଡ଼୍ଡ଼ା ଏହା ଉଲ୍ଲେଖ କରିବା ସହ ପଶ୍ଚିମବଙ୍ଗର ତୃଣମୂଳ ସରକାର ’ବିଭାଜନ ଓ ଶାସନ (ଡ଼ିଭାଇଡ଼୍ ଏଣ୍ଡ ରୁଲ୍) ନୀତି ଅନୁସରଣ କରୁଥିବା ଅଭିଯୋଗ କରିଛନ୍ତି ।

ସିଲିଗୁଡ଼ିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ମୌଳିକ ନୀତି ହେଉଛି ‘ସବକା ସାଥ, ସବକା ବିକାଶ’ । ମାତ୍ର ଅନ୍ୟ ଦଳର ନୀତି ହେଉଛି ସମାଜକୁ ବିଭାଜିତ କରି ଶାସନ କର । ପଶ୍ଚିମବଙ୍ଗରେ ଏବେ ବିଭାଜନ ଓ ଶାସନ ନୀତି ଚାଲିଛି । କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମସ୍ତଙ୍କୁ ଏକାଠି ରଖି ଅନ୍ତର୍ଭୁକ୍ତିକରଣ କରିବାର ଶକ୍ତି ଅଛି ବୋଲି ଶ୍ରୀ ନଡ଼୍ଡ଼ା କହିଛନ୍ତି । ଅନ୍ୟ ରାଜନୈତିକ ଦଳଗୁଡ଼ିକ ସମାଜକୁ ଭାଙ୍ଗି ଭୋଟ ରାଜନୀତି କରୁଛନ୍ତି ବୋଲି ସେ କହିଥିଲେ । ରାଜ୍ୟରେ କିସାନ ସମ୍ମାନ ନିଧି ଓ ଆୟୁଷ୍ମାନ ଭାରତ ଭଳି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବାରୁ ସେ ମମତା ସରକାରଙ୍କୁ ସମାଲୋଚନା କରିଥିଲେ। ଏହାଫଳରେ ରାଜ୍ୟର ୭୬ ଲକ୍ଷ କୃଷକ କିସାନ ସମ୍ମାନ ନିଧିରୁ ବଞ୍ଚିତ ହୋଇଥିବା   ଏବଂ ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ ଏହି ଦୁଇ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଶ୍ରୀ ନଡ଼୍ଡ଼ା କହିଥିଲେ । ଅନ୍ୟପକ୍ଷରେ ନାଗରିକ ସଂଶୋଧନ ଆଇନ ସମ୍ପର୍କରେ ସେ କହିଥିଲେ ଯେ କରୋନା ଯୋଗୁଁ ଏହି ଆଇନ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇଛି । ଏହା ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories