ଆଜି ବଡଦିନ; ରାତିରେ ମୁଖରିତ ଗିର୍ଜା

0

କଟକ : ଆଜି ବଡଦିନ; ସୋମବାର ମଧ୍ୟରାତ୍ରିରେ ହୋଇସାରିଛି ଯିଶୁଙ୍କ ଧରାବତରଣ। ଏଥର ବଡଦିନ ଆସୁଛି ମଙ୍ଗଳବାରରେ। ତେବେ ବଡଦିନର ପୂର୍ବ ଦିନଟିକୁ ‘ଇଭ୍‍ ଡେ’ ଭାବେ ପାଳନ କରାଯାଇଥାଏ; ଯାହା ଏଠି ସୋମବାର କରାଯାଇଛି। ଏହି ରୀତିରେ ସହରର ପ୍ରାୟ ସମସ୍ତ ଚର୍ଚ୍ଚରେ ସାରାରାତି ପ୍ରାର୍ଥନା ଓ କୀର୍ତ୍ତନ ହେବା ସହ ପରସ୍ପରକୁ କ୍ରିସ୍‍ମାସ୍‍ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉତ୍ସବମୁଖର ହୋଇଛି ଇଭ୍‍ଡେ’ର ରାତି। କେବଳ ଖ୍ରୀଷ୍ଟିଆନ୍‍ ପରିବାର କାହିଁକି, ସହରର ଅନ୍ୟ ସଂପ୍ରଦାୟରେ ମଧ୍ୟ ବହୁଘରେ ଷ୍ଟାର୍‍ ଝୁଲିବା ସହ କେକ୍‍ କଟା ଯାଇଛି। ନାଚଗୀତରେ ସଭିଏଁ ହୋଇଛନ୍ତି ମସଗୁଲ। ସାନ୍ତାକ୍ଲସ୍‍ ବୁଲି ବୁଲି ଆଶୀର୍ବାଦ କରିବା ସହ ପିଲାମାନଙ୍କୁ ଉପହାର ବାଣ୍ଟିଛନ୍ତି। ପରସ୍ପରକୁ କେକ୍‍ ଖୁଆଇ ଅଭିନନ୍ଦନ ଜଣାଇବା ସହ ଗିର୍ଜାଘର ଓ ଅଟ୍ଟାଳିକା ଆଦିକୁ ରଂଗିନ ଆଲୋକମାଳାରେ ସଜାଇ ଦିଆଯାଇଛି। ସୋମବାର ମଧ୍ୟରାତ୍ରରେ ସମସ୍ତ ଗ୍ରାମ୍ୟ ଚର୍ଚ୍ଚରେ ହୋଇଛି ପ୍ରାର୍ଥନା; ଯେଉଁଠି କ୍ୟାରୋଲର ମୂର୍ଚ୍ଛନାରେ ଓହ୍ଲାଇଥିଲା ସୋମବାରର ସନ୍ଧ୍ୟା।

Leave A Reply