BJD Bijuli 480×75 Mob

ଭାରତର ଏହି ରାଜ୍ୟକୁ ନିଜର ଦର୍ଶାଇଲା ଚୀନ୍‌- ଭାରତ ଏପରି ଦେଲା କଡା ଜବାବ

BJD Bijuli 480×75 Mob

ନୂଆଦିଲ୍ଲୀ – ଜି୨୦ ଶିଖର ସମ୍ମିଳନୀ ଠିକ୍‌ ପୂର୍ବରୁ ଚୀନ୍ ନିଜର ନୂଆ ନକ୍ସା ଜାରି କରିଛି । ଏଥିରେ ଅରୁଣାଚଳ ପ୍ରଦେଶ ସହ ଅକାସାଇଚୀନ୍‌କୁ ନିଜର ଅଞ୍ଚଳ ବୋଲି ଦର୍ଶାଇଛି । ଏହାକୁ ଚୀନ୍‌ ନିଜର ଅଫିସିଆଲ୍‌ ମ୍ୟାପ୍‌ ବା ଅଧିକାରୀକ ମାନଚିତ୍ର ବୋଲି ଦାବି କରିଛି । ଏହା ସହ ବିବାଦିତ ଦକ୍ଷିଣ ଚୀନ୍‌ ସାଗର, ତାଇଓ୍ୱେନକୁ ନିଜର ଅଞ୍ଚଳ ବୋଲି ଦର୍ଶାଇଛି ।  ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଚୀନ୍‌ର ରାଷ୍ଟ୍ରପତି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସୁଛନ୍ତି । ଜି୨୦ ଶିଖର ସମ୍ମିଳନୀରେ ସେ ଯୋଗଦେବେ । ତାହାର ଠିକ୍‌ ପୂର୍ବରୁ ଚୀନ୍‌ ଏପରି ବିବାଦୀୟ କାର୍ଯ୍ୟ କରିଛି ।

ଚୀନ୍‌ର ଏହା କାର୍ଯ୍ୟକୁ ଭାରତ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଚୀନ୍‌ର ଏହା ପୁରୁଣା ଅଭ୍ୟାସ ବୋଲି ବିଦେଶମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି । ଚୀନ୍‌ ଏପରି କରିଦେଲେ ସତ ବଦଳିଯିବନି ବୋଲି ସେ କହିଛନ୍ତି ।

ଚୀନ୍ ନିଜ ମାନଚିତ୍ରରେ ଅନ୍ୟ ଦେଶର ଅଞ୍ଚଳକୁ ଦର୍ଶାଇବା ପୁରୁଣା ଅଭ୍ୟାସ । ବିଭିନ୍ନ ସମୟରେ ଚୀନ୍‌ ଏହାକୁ ନେଇ ପଡୋଶୀଙ୍କ ସହ ବିବାଦ କରିଥାଏ ।

Comments are closed.