www.samajalive.in
Wednesday, December 10, 2025
15.1 C
Bhubaneswar

ଭାରତୀୟ ସୀମାରେ ଚୀନର କ୍ଷେପଣାସ୍ତ୍ର ମାଡ଼; ଭିଡ଼ିଓ ଜାରିକଲା ଗ୍ଲୋବାଲ ଟାଇମ୍ସ

ଚୀନ୍-ଭାରତ ସୀମା ବିବାଦ ଶେଷର ନାମ ନେଉନାହିଁ । ଦୁଇ ଦେଶ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ସତ୍ବେ ଚୀନ ଭାରତକୁ ଉସୁକେଇବା ପରି ପଦକ୍ଷେପ ଗ୍ରହଣ କରୁଛି । ଚୀନ ଏଲଏସି (ବାସ୍ତବିକ ନିୟନ୍ତ୍ରଣ ରେଖା) ନିକଟରେ  କ୍ଷେପଣାସ୍ତ୍ର ମାଡ଼ କରି ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି । ରକେଟ ଲଞ୍ଚରରୁ ଲଗାତାର ଗୁଳି ଓ କ୍ଷେପଣାସ୍ତ୍ର ମାଡ଼ରେ ଲାଦାଖର ପର୍ବତ କମ୍ପିତ ହୋଇଛି ।

- Advertisement -

ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ ଏହି ସମରାଭ୍ୟାସ​ରେ ୯୦% ପ୍ରତିଶତ ନୂତନ ଅସ୍ତ୍ର ବ୍ୟବହାର କରାଯାଇଛି।ଗ୍ଲୋବାଲ ଟାଇମ୍ସ କହିଛି ଯେ ଏହି ଅଭ୍ୟାସ ଚୀନ ସାମରିକ ବାହିନୀର ତିବ୍ଦତ  କମାଣ୍ଡ ଦ୍ୱାରା  ୪୭୦୦ ମିଟର ଉଚ୍ଚତାରେ କରାଯାଉଛି | ଗ୍ଲୋବାଲ ଟାଇମ୍ସ ମଧ୍ୟ ଏହି ସମରାଭ୍ୟାସର ଏକ ଭିଡିଓ ପ୍ରକାଶ କରିଛି। ଏହି ଭିଡିଓରେ  ଚୀନ୍ ସେନା ଅନ୍ଧାରରେ ଏବଂ ଡ୍ରୋନ୍ ବିମାନ ସାହାଯ୍ୟରେ ଆକ୍ରମଣ କରୁଥିବା ଦେଖାଯାଉଛି ।

ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସୀମାରେ ଏତେ ସଂଖ୍ୟକ ସେନା ଚୀନ ମୁତୟନ କରିବା ପୂର୍ବର ଦୁଇ ଚୁକ୍ତିନାମାର ବିପରୀତ ଓ ଦୁଇ ସେନା ମଧ୍ୟରେ ଉତ୍ତେଜନାସ୍ଥିତି ସୃଷ୍ଟି ହୋଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories