ଭୁବନେଶ୍ୱର:ଆଜି ସ୍ଥାନୀୟ ରେଡକ୍ରସ ଭବନ ସଭାକକ୍ଷରେ ଆକ୍ସନଏଡ ଓ ସିସିଡବ୍ଲୁଡିର ମିଳିତ ଆନୁକୁଲ୍ୟରେ ମାନବିକ ଅଧିକାର କର୍ମୀମାନଙ୍କୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଉପର ପ୍ରଶିକ୍ଷିତ କରାଯାଇଅଛି। ବିଶେଷ କରି ଶିଶୁ ଅଧିକାରକୁ ସୁନିଶ୍ଚିତ କରିବା, ବାଲ୍ୟ ବିବାହକୁ ପ୍ରତିରୋଧ କରିବା ଓ ଶିଶୁ ସମ୍ପର୍କିତ ଆଇନ ଉପରେ ସମସ୍ତେ ଜାଣିବା ଓ ଶିଶୁ ପାଇଁ ଶିଶୁ କୈନ୍ଦ୍ରିକ ପରିବେଶ ସୃଷ୍ଟିକରିବା ଉପରେ ସିସିଡବ୍ଲୁଡିର ସମ୍ପାଦକ ସଦାଶିବ ସ୍ୱାଇଁ ମତବ୍ୟକ୍ତ କରିଥିଲେ।
ପ୍ରଶିକ୍ଷକ ଭାବରେ ମନ୍ମଥ କୁମାର ଭଞ୍ଜଦେଓ ଯୋଗଦାନ କରି ଶିଶୁ ଅଧିକାରର ପୃଷ୍ଠଭୂମି ଓ ଶିଶୁ ସୁରକ୍ଷା ସମ୍ପର୍କୀତ ଆଇନ ଉପରେ ବିଭିନ୍ନ ଖେଳ ଓ ଦଳଗତ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷାର୍ଥିଙ୍କୁ ଅବଗତ କରାଇଥିଲେ। ସ୍ନିଗ୍ଧା ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କୃଷ୍ଣଚନ୍ଦ୍ର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଗୀତାଞ୍ଜଳୀ ପଣ୍ଡା, ସଂଧ୍ୟାରାଣୀ ବେହେରା, ଶିବ ସାହୁ, ଲକି ମହଲା, ସରସ୍ୱତୀ ପରିଡା, ସବିତା ରାଉତ, ରେଣୁବାଳା ସାହୁ, ବିଷ୍ଣୁପ୍ରୀୟା ସାମଲ, ସୁଚରିତା ବେହେରା, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।



