BJD Bijuli 480×75 Mob

ତୁମୁଡିବନ୍ଧରେ ପୁଣି ନାବାଳିକା ଗର୍ଭବତୀ

BJD Bijuli 480×75 Mob
0

ତୁମୁଡିବନ୍ଧ: କିଛି ଦିନ ହେବ କନ୍ଧମାଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ନାବାଳିକା ଗର୍ଭବତୀ ହେବା ଭଳି ଘଟଣା ପଦାକୁ ଆସୁଛି। ଏହି କ୍ରମରେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଜଣେ ନାବାଳିକା ଗର୍ଭବତୀ ହୋଇଛି । ଦାରିଙ୍ଗବାଡିର ଏକ ଆଶ୍ରମ ପରିସରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ମା’ ହେବା, ଜି.ଉଦୟଗିରି ଅଞ୍ଚଳରେ ନାବାଳିକାର ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ସାଜିଛି  ତୁମୁଡିବନ୍ଧ ଅଞ୍ଚଳରେ ଜଣେ ୧୫ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଜଣେ କଲେଜ ଛାତ୍ର କିଛି ଦିନ ତଳେ ଉକ୍ତ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ। ନାବାଳିକାଟି ୩ମାସର ଗର୍ଭବତୀ ଥିବା ଜାଣିବା ପରେ ଉକ୍ତ କଲେଜ ଛାତ୍ର ନାବାଳିକାକୁ ଗର୍ଭନିରୋଧ ଔଷଧ ସେବନ କରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ନାବାଳିକାକୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

Leave A Reply