www.samajalive.in
Wednesday, December 10, 2025
17.1 C
Bhubaneswar

ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବଙ୍କ କାନୁପୁର ଡ୍ୟାମ୍ ପ୍ରକଳ୍ପ ପରିଦର୍ଶନ

ଯୋଡା : ଛାତ୍ରୀମାନଙ୍କ ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ. ପାଣ୍ଡିଆନ। ଶୁକ୍ରବାର କେନ୍ଦୁଝର ଗସ୍ତରେ ଆସିଥିବା ସମୟରେ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ରୂପାନ୍ତରୀକରଣ କାର୍ଯ୍ୟ ପରିଦର୍ଶନ କରିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଅନୁ ଗର୍ଗ ଆଜି ସକାଳେ ଚମ୍ପୁଆ, ଚିମଳାଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନୁପୁର ଡ୍ୟାମ୍ ଅଂଚଳକୁ ଯାଇ ପରିଦର୍ଶନ କରିଛନ୍ତି । ଯୋଡ଼ା ବ୍ଲକ ଅନ୍ତର୍ଗତ କାନୁପୁରଠାରେ ୨ ହଜାର ୪୩୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା କାନୁପୁର ବୃହତ ଜଳସେଚନ ପ୍ରକଳ୍ପ ସ୍ଥାନକୁ ଯାଇ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଛନ୍ତି । ଦିର୍ଘ ୩ ଦଶନ୍ଧୀ ଧରି ଚାଲୁଥିବା ଏହି ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ୪ଟି ବ୍ଲକର ପାଖାପାଖି ୪୦ ହଜାର ହେକ୍ଟର ଜମିକୁ ଜଳସେଚନ ହୋଇପାରିବ । ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେତେ ଆଗେଇଛି ସେନେଇ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ।

ଏହାପରେ ଅତିଥି ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଡ୍ୟାମ୍ ନିର୍ମାଣକୁ ନେଇ ଆଲୋଚନା କାରିବା ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଲାରେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସମୀକ୍ଷା ବୈଠକରେ କେନ୍ଦୁଝର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଚମ୍ପୁଆ ଉପ ଜିଲ୍ଲାପାଳ, କାନୁପୁର ଡ୍ୟାମ ପ୍ରକଳ୍ପର ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିଥିଲେ । ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି ସେସବୁକୁ ବୁଲି ଦେଖିବା ସହିତ ସେଠାରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories