ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ଚୌଦ୍ୱାର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍ ଓ ସ୍ୱାଗତିକା ଫାଉଣ୍ଡେସନ୍ ତରଫରୁ ଚୌଦ୍ୱାର ପୌରପାଳିକା ଅଞ୍ଚଳରେ ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ପ୍ରବାସୀ ଓଡ଼ିଆ କ୍ୟାପ୍ଟେନ୍ ଉମେଶ ଚନ୍ଦ୍ର ମହାନ୍ତି ଓ ଡା. ମଧୁସ୍ମିତା ବେହେରାଙ୍କ ପ୍ରଦତ୍ତ ୧୦୦ରୁ ଉର୍ଦ୍ଧ କମ୍ବଳ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ପ୍ରଦାନ କରାଯାଇଥିଲା। ସ୍ୱାଗତିକା ଫାଉଣ୍ଡେସନ୍ର ସଭାପତି ଦେବେନ୍ଦ୍ର ପୃଷ୍ଟି ଓ ଉଦ୍ଧାର ଫାଉଣ୍ଡେସନ୍ର ଉପଦେଷ୍ଟା ଗୋଲାପ ସିଂଙ୍କ ନେତୃତ୍ୱରେ ଉଭୟ ସଂଗଠନର ସଦସ୍ୟ ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Comments are closed.