ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଉଚ୍ଚଶିକ୍ଷା ବିଭାଗ ଉପସଚିବ 

ଚାନ୍ଦିପୁଟ: ଗଜପତି ଜିଲା ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଯୁବ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କ ଲୁକାୟିତ ପ୍ରତଭାର ବିକାଶ ହୋଇପାରିବ ବୋଲି କହିଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ  ପାଠ ସହ ସାମଗ୍ରିକ ବିକାଶ ହୋଇପାରିବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।
prayash
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ କନକ ଲତା ପାଲ, ସମିତି ସଭ୍ୟ ସୋମନାଥ ମଣ୍ଡଳ , ଯୁକ୍ତ ୨ ବିଭାଗୀୟ ଅଧ୍ୟକ୍ଷ ଡ଼.ରାଧାରମଣ ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆରସିଂ, ଯୁବନେତା ଲିଙ୍ଗରାଜ ପୁଜାରୀ, ପୂର୍ବତନ ସରପଞ୍ଚ ଜୁରିଆ କାର୍ଯ୍ୟ, ଅନୁଷ୍ଠାନ ର ପରିଚାଳନା କମିଟି ସଦସ୍ୟ ସୋମନାଥ ବଳିଆରସିଂ, ଦେବଦତ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ଅଧ୍ୟାପକ ଡ.ସନ୍ୟାସୀ ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାମୁହିକ ଭାବେ ବାଇକ ଶୋଭାଯାତ୍ରା ବାହାରି ଚାନ୍ଦିପୁଟ ନଗର ପରିକ୍ରମା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Comments are closed.