ଚାଳକ-ବିହୀନ କାର୍‌

0

ବିଶ୍ବର ନାମୀ କାର୍‌ କମ୍ପାନୀ ବହୁମୂଲ୍ୟ କାର୍‌ ବଜାରରେ ପ୍ରବେଶ କରାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଚାଳକ-ବିହୀନ କାର୍‌ ମଧ୍ୟ ବଜାରରେ ଉପଲବ୍ଧ କରାଇଛନ୍ତି। ତେବେ ଏସବୁ କାର୍‌ ଉପରେ ଅଧିକାଂଶ ଲୋକେ ନିର୍ଭର କରିପାରୁ ନାହାନ୍ତି। କାରଣ ସେମାନଙ୍କ ମତରେ ସେଭଳି ଜ୍ଞାନକୌଶଳ ଏଥିରେ ଉପଯୋଗ ହୋଇନାହିଁ। ତେବେ ନିକଟରେ ଏକ ନାମୀ କାର୍ କମ୍ପାନୀ କାର୍‌ରେ ‘ଭର୍ଚୁଆଲ ଆଇ’ର ଉପଯୋଗ କରିଛି, ଯାହା ଯାତ୍ରୀଙ୍କୁ ବିନା କୌଣସି ଅସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେବ। କାରରେ ଲାଗିଥିବା ଆଖି ବା ‘ଭର୍ଚୁଆଲ ଆଇ’ ପାଖରେ କେହି ବ୍ୟକ୍ତି ଛିଡ଼ା ହୋଇଥିଲେ କିମ୍ବା ଦୂରରେ ଦୁର୍ଘଟଣା ହୋଇଥିଲେ, ସେ ବାବଦରେ ଯାତ୍ରୀଙ୍କୁ ଅବଗତ କରାଇବା ସହ ନିରାପଦରେ ଯାତ୍ରା କରାଇବାରେ ସମ୍ପୂର୍ଣ୍ଣ ସହାୟତା କରିବ। ଏହି କାର୍ ବର୍ତ୍ତମାନ ସୁଦ୍ଧା ବଜାର ପ୍ରବେଶ କରିନାହିଁ। ଆଗାମୀ ବର୍ଷ ସୁଦ୍ଧା ଏହା ବଜାର ପ୍ରବେଶ କରିବାର ଯୋଜନା ରହିଛି।

Leave A Reply