www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ବୁଦ୍ଧ ପୂର୍ଣ୍ଣିମା – ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଡେସ୍କ: ଆଜି ଦେଶ ବିଦେଶରେ ବୁଦ୍ଧ ପୂର୍ଣ୍ଣିମା ପାଳିତ ହେଉଛି। ଆଜି ଦିନରେ ଗୌତମ ବୁଦ୍ଧଙ୍କ ଜନ୍ମ ହୋଇଥିଲା, ସେ ଜ୍ଞାନ ପ୍ରାପ୍ତି ହୋଇଥିଲେ ଓ ଆଜିର ଦିନରେ ମଧ୍ୟ ବୁଦ୍ଧଙ୍କ ପରିନିର୍ବାଣ ହୋଇଥିଲା। ଜାତିସଙ୍ଘ ୧୯୯୯ ଠାରୁ ଏହି ଦିବସକୁ ବୈଶାଖ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀ ଏବଂ ଦେଶର ଅନ୍ୟ ଭାଗରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସଂସ୍କୃତି ମନ୍ତ୍ରାଳୟ, ଅନ୍ତର୍ଜାତୀୟ ବୌଦ୍ଧ ପରିସଂଘ ଏବଂ ହିମାଳୟ ବୌଦ୍ଧ ସଂସ୍କୃତି ସଂଘ ସହ ମିଳିତ ଭାବରେ ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଠାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭଗବାନ ବୁଦ୍ଧ କରୁଣାର ପ୍ରତିନୁର୍ତ୍ତି ଥିଲେ ଓ ସେ ମାନବଜାତିକୁ ସହିଷ୍ଣୁତାର ମାର୍ଗ ଦେଖାଇଥିଲେ। ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଆମକୁ ପ୍ରେମ, ସତ୍ୟ ଓ ଅହିଂସାର ଶିକ୍ଷା ଦେଇଥାଏ।

- Advertisement -

ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ନିଜ ବାର୍ତାରେ କହିଛନ୍ତି, ଏବେ ଗୌତ୍ତମ ବୁଦ୍ଧଙ୍କ ବାଣୀ ଉପରେ ଚିନ୍ତନ କରିବାର ସମୟ ଆସିଛି। ମଣିଷକୁ ବିଚାର ଓ କର୍ମର ଶ୍ରେଷ୍ଠତା ଆଡକୁ ଅଗ୍ରସର କରାଇବା କ୍ଷେତ୍ରରେ ଭଗବାନ ବୁଦ୍ଧଙ୍କ ବିଚାର ଏବେ ମଧ୍ୟ ଗ୍ରହଣୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭଗବାନ ବୁଦ୍ଧଙ୍କ ଆଦର୍ଶ ସମସ୍ତଙ୍କୁ ଅନୁପ୍ରାଣିତ କରୁ। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ମହାତ୍ମା ବୁଦ୍ଧଙ୍କ ଅହିଂସା, ଦୟା ଓ ପ୍ରେମର ବାର୍ତ୍ତାକୁ ସ୍ମରଣ କରିବା ଉଚିତ।

ବିହାରରେ ବୁଦ୍ଧ ପୂର୍ଣ୍ଣିମା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ବୋଧଗୟା ସ୍ଥିତ ମହାବୋଧି ମନ୍ଦିରରେ ଆୟୋଜିତ ଉତ୍ସବରେ ଯୋଗ ଦେବା ପାଇଁ ଜାପାନ, ଶ୍ରୀଲଙ୍କା ଏବଂ ଇଣ୍ଡୋନେସିଆରୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ପହଂଚିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories