www.samajalive.in
Monday, December 8, 2025
27.1 C
Bhubaneswar

କର୍ତ୍ତବ୍ୟରତ ପୋଲିଂ ଅଧିକାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର: ନବରଙ୍ଗପୁର ଜିଲାରେ  ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ମୃତ୍ୟୁ ହୋଇଛି। ସେ ଡିସ୍ପର୍ସାଲ୍ ସେଣ୍ଟରରୁ ବୁଥ୍ ଅଭିମୁଖେ ଯାଉଥିବାବେଳେ ଉମରକୋଟ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତିା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏଥିରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତିା ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି। ଏହା ସହ ସେ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ନବରଙ୍ଗପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories