www.samajalive.in
Wednesday, December 10, 2025
18.1 C
Bhubaneswar

ମାନାପୁରମ ଲୁଟ୍ ଘଟଣା: ଦୁଇ ଅଟକ

ସମ୍ବଲପୁର : ମାନାପୁରମ ଗୋଲ୍ଡଲୋନ୍ ଫାଇନାନ୍ସରୁ ଲୁଟ୍ ଘଟଣା। ପୁଲିସ୍ ଏହି ଘଟଣାରେ ଶାଖା ମୁଖ୍ୟ ଏବଂ ସହଯୋଗୀ ଶାଖା ମୁଖ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ଅଧିକ ତଦନ୍ତ ପାଇଁ ୪ ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶୁକ୍ରବାର ସମ୍ବଲପୁର ଅଇଁଠାପାଲି  ଥାନା ବୁଢାରଜା ଛକ ମାନାପୁରମ୍ ଗୋଲ୍ଡଲୋନ୍ ଫାଇନାନ୍ସରୁ ଲୁଟ୍ ହୋଇଥିଲା। ୬ ରୁ ୭ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଲୁଟ୍ କରିଥିଲେ। ୩୦ କେଜି ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଡକାୟତି ସତ୍ତ୍ବେ ବ୍ୟାଙ୍କର ସାଇରନ ବାଜି ନଥିଲା। ପ୍ରାୟ ୨୦ ମିନିଟ୍‌ ପରେ ଖବର ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଡକାୟତ ଦଳ ସେମାନେ ଆସିଥିବା ବାଇକଗୁଡିକରେ ସେଠାରୁ ଚମ୍ପଟ ମାରି ସାରିଥିଲେ। ଜିଲାର ବିଭିନ୍ନ ପ୍ରବେଶପଥଗୁଡିକୁ ସିଲ୍‌ କରି ପୁଲିସ ସିସିଟିଭି ଆଧାରରେ ମଧ୍ୟ ତଦନ୍ତ ଚଳାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories