www.samajalive.in
Sunday, December 7, 2025
14.1 C
Bhubaneswar

ବିଜେପିରେ ସାମିଲ ହେଲେ ୫୦୦ରୁ ଅଧିକ କର୍ମୀ

ତେଲକୋଇ : ତେଲକୋଇ ରେ ଶକ୍ତିଶାଳୀ ହେଉଛି ଭାରତୀୟ ଜନତା ପାର୍ଟି। ଅନ୍ୟ ଦଳ ଛାଡି ବିଜେପି ରେ ସାମିଲ ହୋଇଛନ୍ତି ୫୦୦ରୁ ଅଧିକ କର୍ମୀ । ତେଲକୋଇ ମୂଖ୍ୟାଳୟର ନିଖିଳ ଉତ୍କଳ ଚଷା ସମାଜ ଘର ଠାରେ ଆୟୋଜିତ ବିଜେପି ର ମିଶ୍ରଣ ଉତ୍ସବରେ ବହୁ ବରିଷ୍ଠ ନେତୃତ୍ବ ଏବଂ ତୃଣମୂଳ ସ୍ତରର ନେତାମାନେ ଅନ୍ୟ ଦଳରୁ ଆସି ପଦ୍ମ ଧରିଛନ୍ତି । ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଏବଂ ବିକାଶ ରେ ଅନୁପ୍ରାଣିତ ହୋଇ ୫୦୦ରୁ ଅଧିକ ଅନ୍ୟ ଦଳ ର କର୍ମୀ ପଦ୍ମ ଧରିଛନ୍ତି ।ଏହି ମିଶ୍ରଣ ଉତ୍ସବ ରେ ବିଜେଡିର ୩୮୨ ଜଣ ଓ କଂଗ୍ରେସ ର ୧୦୨ ଜଣ ବିଜେପିରେ ସାମିଲ ହୋଇଥିବାବେଳେ ଅନ୍ୟ ଦଳ ମାନଙ୍କରୁ ମଧ୍ୟ ବହୁ କର୍ମୀ ଏବଂ ନେତା ବିଜେପି ରେ ସାମିଲ ହୋଇଛନ୍ତି। ଅନ୍ୟ ପକ୍ଷରେ ଓଡିଶାର ଜଣେ ସାନ୍ତାଳ ମହିଳାଙ୍କୁ ଦେଶର ସର୍ବୋଚ୍ଚ ମାନ୍ୟତା ଦେଇଥିବାରୁ  ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ତେଲକୋଇ ବ୍ଲକ ର ସବୁ ଅଞ୍ଚଳର ଶତାଧିକ ସାନ୍ତାଳ ବ୍ୟକ୍ତି ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories