www.samajalive.in
Monday, December 8, 2025
27.1 C
Bhubaneswar

ମାଳଦ୍ବୀପ ବିପକ୍ଷ ବନ୍ଧୁତ୍ବପୂର୍ଣ୍ଣ ମହିଳା ଫୁଟବଲ ପାଇଁ ଭାରତୀୟ ଦଳ ଘୋଷିତ: ଓଡ଼ିଶାରୁ ପ୍ୟାରୀ ଖାଖା, ଜୁଲି କିଷାନ

ନୂଆଦିଲ୍ଲୀ: ଭାରତ ଓ ମାଳଦ୍ବୀପ ମଧ୍ୟରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମହିଳା ଫୁଟବଲ ମ୍ୟାଚ ଚଳିତ ଡିସେମ୍ବର ୩୦ରୁ ୨୦୨୫ ଜାନୁଆରୀ ୨ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଖେଳାଯିବ। ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ୨୩ଜଣିଆ ଭାରତୀୟ ମହିଳା ଫୁଟବଲ ଦଳ ମନୋନୟନ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଆଲେକଜାଣ୍ଡାରସନଙ୍କ ଅଧ୍ୟକ୍ଷତାରେ ମନୋନୀତ ଦଳରେ ୨୦ ବର୍ଷରୁ କମ୍‌ ଓ ସିନିୟର ଖେଳାଳିଙ୍କୁ ସୁଯୋଗ ମିଳିଛି। ବେଙ୍ଗାଲୁୁରୁରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରୁ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଏହି ଦଳ ମନୋନୟନ କରାଯାଇଛି। ଦଳରେ ଓଡ଼ିଶାରୁ ଦୁଇ ଖେଳାଳି ପ୍ୟାରୀ ଖାଖା ଓ ଜୁଲି କିଷାନ ସ୍ଥାନ ପାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories