www.samajalive.in
Saturday, December 13, 2025
26.1 C
Bhubaneswar

ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ସଫଳତାର ସହ ଅବତରଣ କଲା ପ୍ରଥମ ବାଣିଜ୍ୟିକ ବିମାନ

ଡେସ୍କ: ପ୍ରଥମ ବାଣିଜ୍ୟିକ ବିମାନ ରବିବାର ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ କରିଥିବା ଇଣ୍ଡିଗୋ ଏ୩୨୦ ସିଧାସଳଖ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ସଫଳ ଅବତରଣ ପରେ ବିମାନକୁ ଏୟାର ସଲାମ ଦିଆଯାଇଥିଲା। ସାର୍ଟିଫିକେସନ୍ ପରୀକ୍ଷାରେ ଅବତରଣ ଏବଂ ଉଡ଼ାଣ କୌଶଳର ବୈଷୟିକ ମୂଲ୍ୟାୟନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ), ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଏବଂ ସିଡକୋର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ପ୍ରମୁଖ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଗତ ଅକ୍ଟୋବର ମାସରେ ସେନାର ଏକ ବିମାନ ସଫଳତାର ସହ ରନୱେରେ ଅବତରଣ କରିଥିବା ବେଳେ ବାୟୁସେନାର ସୁଖୋଇ-୩୦ ବିମାନ ରନୱେଠାରୁ ଅଳ୍ପ ଦୂରରେ ଉଡ଼ିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories