www.samajalive.in
Saturday, December 6, 2025
16.1 C
Bhubaneswar

ମାଡ଼ି ଆସୁଛି ଶୀତ : ୬ ଜିଲାକୁ ଘନ କୁହୁଡ଼ି ସତର୍କତା

ଭୁବନେଶ୍ବର : ରାଜ୍ୟରେ ପାଗ ଶୁଖିଲା ରହିଛି ଏବଂ ରାତି ତାପମାତ୍ରା ଅଧିକାଂଶ ଅଞ୍ଚଳରେ ୧୫ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଅନ୍ୟ ଅଞ୍ଚଳ ଅପେକ୍ଷା କନ୍ଧମାଳ ଏବଂ କୋରାପୁଟରେ ଶୀତ ପ୍ରକୋପ ଅଧିକ ରହିଛି। ଜି. ଉଦୟଗିରିରେ ରାତି ତାପମାତ୍ରା ୧୦.୮ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଦାରିଙ୍ଗବାଡ଼ି ୧୨.୫, କୋରାପୁଟ ୧୨.୭, ସେମିଳିଗୁଡ଼ା ୧୨, ଯାଜପୁର ୧୪.୨, ନୂଆପଡ଼ା ୧୪, ଭୁବନେଶ୍ବର ୧୬.୯ ଏବଂ କଟକରେ ୧୬.୫ଡିଗ୍ରୀ ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ମଧ୍ୟରେ ରହିବାକୁ ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ମଧ୍ୟରେ ରହିପାରେ। ଜାନୁଆରୀ ପହିଲା ବେଳକୁ ରାତି ତାପମାତ୍ରା ବହୁ ସ୍ଥାନରେ ହ୍ରାସ ପାଇବା ସମ୍ଭାବନା ଥିବାରୁ ଶୀତ ପ୍ରକୋପ ବଢ଼ିପାରେ। ଆଜି ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଏବଂ କନ୍ଧମାଳର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଜାନୁଆରୀ ୩ରେ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ସବୁଠାରୁ କମ୍‌ ରହିବ। ଫଳସ୍ବରୂପ ଉକ୍ତ ଦୁଇଟି ଜିଲାରେ ସବୁଠୁ ଅଧିକ ଶୀତ ପ୍ରକୋପ ଅନୁଭୂତ ହେବ। ଦକ୍ଷିଣ ଆଭ୍ୟନ୍ତରୀଣ କନ୍ଧମାଳ, କୋରାପୁଟ ଏବଂ ଗଜପତିରେ ରାତି ତାପମାତ୍ରା ସବୁଠାରୁ କମ ରହିପାରେ। ଜାନୁଆରୀ ୧ ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ରାତି ତାପମାତ୍ରା ୧୦ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories