www.samajalive.in
Saturday, December 6, 2025
19.1 C
Bhubaneswar

ଛୁରା ମାଡରେ ଗ୍ୟାରେଜ୍ ମାଲିକ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଅଭାବନୀୟ ଘଟଣା ଘଟିଛି। ବିଜେଡ଼ି ନିର୍ବାଚନ ପ୍ରଚାର ଗାଡି କର୍ମଚାରୀ ଙ୍କ ଛୁରା ମାଡରେ ଜଣେ ଗ୍ୟାରେଜ ମାଲିକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ  ଝୁମ୍ପୁରା ଥାନା  କଟିଲପଶିର ଧରଣୀଧର ମହାନ୍ତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ  କଟଲପଶି ଛକଠାରେ ଥିବା ଧରଣୀଧରଙ୍କର ଗ୍ୟାରେଜ ସମ୍ମୁଖରେ  ବିଜେଡ଼ି ନିର୍ବାଚନୀ ପ୍ରଚାର ଗାଡି ଠିଆ ହୋଇଥିବାବେଳେ ସାଧାରଣ ବଚସାରୁ ଗ୍ୟାରେଜ ମାଲିକ ଧରଣୀଧରଙ୍କ ଉପରେ ଉତକ୍ଷିପ୍ତ ହୋଇ ପ୍ରଚାର ଗାଡିର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଛୁରାମାଡ କରିଛନ୍ତି। ଗ୍ୟାରେଜ ମାଲିକ ଧରଣୀଙ୍କୁ ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories