www.samajalive.in
Sunday, December 7, 2025
14.1 C
Bhubaneswar

କରୀନା କପୁରଙ୍କୁ ହାଇକୋର୍ଟ ନୋଟିସ

ଭୋପାଳ,୧୧ା୫: ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରାଯାଇଛି। କରୀନା ନିକଟରେ ଗର୍ଭଧାରଣ ପ୍ରସଙ୍ଗରେ ପୁସ୍ତକ ରଚନା କରିଥିବାବେଳେ ଏହାର ଶୀର୍ଷକ ‘କରୀନା କପୁର ଖାନ୍‌ସ ପ୍ରେଗ୍‌ନାନ୍ସି ବାଇବେଲ’ ରଖିଛନ୍ତିି। ତେବେ ପୁସ୍ତକରେ ବାଇବେଲ ନାମକୁ ସାମିଲ କରିଥିବାରୁ ଖ୍ରୀଷ୍ଟୋଫର ଆନ୍ଥୋନୀ ନାମକ ଜଣେ ଆଇନଜୀବୀ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟରେ କରୀନା ଓ ପ୍ରକାଶକଙ୍କ ବିରୋଧରେ ପିଟିସନ ଦାଏର କରିଛନ୍ତି। ବାଇବେଲ ଶବ୍ଦ ପ୍ରୟୋଗ କରାଯିବା ଫଳରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କ୍ଷୁଣ୍ଣ କରାଯାଇଛି ବୋଲି ଆନ୍ଥୋନୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୁସ୍ତକର ନାମକରଣରେ ବାଇବେଲ ଶବ୍ଦର ବ୍ୟବହାର କାହିଁକି କରାଯାଇଛି, ତାହାର ଜବାବ ଦାଖଲ କରିବାକୁ ବିଚାରପତି କରୀନାଙ୍କୁ ନିର୍ଦେଶ ଦେଇଛନ୍ତି। କରୀନା ଏହି ପୁସ୍ତକରେ ନିଜର ଗର୍ଭଧାରଣ ଅଭିଜ୍ଞତା ବଖାଣିଥିବାବେଳେ ମାତୃତ୍ବଲାଭ କରିବାକୁ ଯାଉଥିବା ମହିଳାଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories