www.samajalive.in
Monday, December 8, 2025
24.1 C
Bhubaneswar

ଖୋଲିଲା ଗୋପାଳପୁର ବତୀଘର,ମଜା ନେଲେ ପର୍ଯ୍ୟଟକ 

ଗୋପାଳପୁର: ଦୀର୍ଘ ୧୧ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋପାଳପୁର ବତୀଘର। ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ଜଳମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟର ଚିଠି ପ୍ରକାରେ ଶନିବାର ବତୀଘର ଖୋଲାଯାଇଥିଲା। ସନ୍ଧ୍ୟା ୪ ଘଣ୍ଟା ଠାରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନେ ବତୀଘର ଉପରକୁ ଯାଇପାରିବେ। ଦୀର୍ଘ ବର୍ଷ ପରେ ବତୀଘର ଖୋଲିଥିବାରୁ ପର୍ଯ୍ୟଟକଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ଟିକଟ କାଟି ବତୀଘର ଉପରକୁ ଯାଇ ସୌନ୍ଦର୍ଯ୍ୟର ଉପଭୋଗ କରିବା ସହ ମୋବାଇଲରେ ଫୋଟ ଓ ନିଜ ନିଜ ସେଲ୍ଫି ନେଇଥିଲେ। ଏବଂ ପରିସର ମଧ୍ୟରେ ଥିବା ପାର୍କ, ଫାଉଟେନ, ସେଲ୍ଫି ପଏଣ୍ଟର ମଜା ନେଇଥିଲେ। ପାର୍କ ପରିସର ମଧ୍ୟରେ ଏକ ରେଷ୍ଟୁରାଣ୍ଟ ଖୋଲାଗଲେ ପର୍ଯ୍ୟଟକମାନେ ଆହୁରି ମଜା ନେଇପାରିବେ ବୋଲି ଅନେକ ମତପୋଷଣ କରିଥିଲେ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories