www.samajalive.in
Wednesday, December 10, 2025
18.1 C
Bhubaneswar

ଆଫ୍‌ଗାନିସ୍ତାନରେ ଆକସ୍ମିକ ବନ୍ୟା, ୩୦୦ ମୃତ

କାବୁଲ : ଆଫ୍‌ଗାନିସ୍ତାନର ବାଘ୍‌ଲାନ ପ୍ରଦେଶରେ  ପ୍ରବଳ ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଗୋଟିଏ ଦିନରେ ୩୦୦ ଲୋକଙ୍କର ପ୍ରାଣହାନି ଘଟିଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ବନ୍ୟାରେ ସହସ୍ରାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି। ଅଧିକାଂଶ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ପହଞ୍ଚାଇବା କଷ୍ଟସାଧ୍ୟ ହୋଇପଡୁଥିବା କୁହାଯାଇଛି। ଶତାଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରଙ୍କ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍‌ କହିଛନ୍ତି। ପ୍ରବଳ ବର୍ଷାରେ ବଦାଖ୍‌ସାନ୍‌, ଘୋର୍‌ ଏବଂ ହେରାତ୍‌ ପ୍ରଦେଶରେ ମଧ୍ୟ ଧନଜୀବନର କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ଆଫଗାନିସ୍ତାନରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଥିବାରୁ ଜାତିସଂଘ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଭଳି ସଙ୍କଟ ସମୟରେ ଆଫଗାନିସ୍ତାନକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଜାତିସଂଘ ପକ୍ଷରୁ ବିଭିନ୍ନ ରାଷ୍ଟ୍ରକୁ ଅନୁରୋଧ କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନକୁ ସହାୟତା ଯୋଗାଇବା ପାଇଁ ଭାରତ ଚିନ୍ତା କରୁଥିବା ଜଣାପଡ଼ିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories