ମା’ ନାରାୟଣୀର ଯାତ୍ରା ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ 

ଫୁଲବାଣୀ: ମା ନାରାୟଣୀ ର ଯାତ୍ରା ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲାର ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଡ ଚିନାରି ଅନ୍ତର୍ଯ୍ୟାମୀ ସୁବୁଦ୍ଧି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମା ନାରାୟଣୀ ଯାତ୍ରା ପରିଚାଳନା କମିଟି ର ସଭାପତି ପି.ସୁଧାଂଶୁ ସେନାପତି, ଉପଦେଷ୍ଟା ତଥା ବରିଷ୍ଠ ଆଇନଜିବୀ ଅଜୟ ସିଂହ, ରଜତ ମହାନ୍ତି, ଉପସଭାପତି ସୁଜିତ୍ ବେହେରା, ସହ ସମ୍ପାଦକ ଅରୁଣ କୁମାର ପଣ୍ଡା ଆଦି ଯୋଗଦାନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ।
prayash
ଏହି ଭଜନ କାର୍ଯ୍ୟକ୍ରମ ରେ କଣ୍ଠଶିଳ୍ପୀ ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ, ତନୁଜା ମହାନ୍ତି, ଡି.ମୋନାଲିସା , ଅଜିତ ସାହାଣୀ, ଅମ୍ବିକା ବାଳା ଭଜନ ପରିବେଷଣ କରିଥିଲେ। ଭଜନ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ। ପ୍ରାୟ ଏକ ହଜାରରୁ ଅଧିକ ଭକ୍ତ ମା’ଙ୍କ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।
kalyan agarbati

Comments are closed.