ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁର ଜିଲା ବାରିକ ସମାଜ ପକ୍ଷରୁ ବିଶିଷ୍ଟ କବି ଓ ଲେଖକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲା ବାରିକ ସମାଜର କାର୍ୟ୍ୟକାରୀ ସଭାପତି ସନ୍ତୋଷ କୁମାର ବାରିକ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

prayash

ଏହି କାର୍ୟ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ସମ୍ବଲପୁର ଜିଲା ବାରିକ ସମାଜର ସବୁ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ବିଶେଷ କରି ବିନୋଦ ପଶାୟତଙ୍କ ଦ୍ୱାରା ରଚିତ ସମ୍ବଲପୁରୀ ଲୋକଗୀତ ଆଜି ବି ଶୁଣିଲେ ଶରୀରରେ ସିଂହରଣ ଖେଳାଇ ଦିଏ । ମୋଦୀ ସରକାର ଏହି ପ୍ରତିଭାବାନ କବିଙ୍କ ପରି ଅନେକ ବଣମଲ୍ଲୀକୁ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ପୁରସ୍କାରରେ ସମ୍ମାନିତ କରି ତାଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି ।

ପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ସହ ଜଡ଼ିତ ଗୀତିକାର ମିତ୍ରଭାନୁ ଗୌନ୍ତିଆ, ଗାୟକ ଜିତେନ୍ଦ୍ର ହରିପାଲ, ଗାୟିକା କ୍ରୀଷ୍ଣା ପଟେଲଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରି ମୋଦୀ ସରକାର ଏହି ଲୋକକଳାକୁ ଜାତୀୟ ସ୍ୱୀକୃତି ଦେଇଛନ୍ତି ଏବଂ ସମ୍ବଲପୁରକୁ ତଥା ଓଡ଼ିଶାକୁ ସମ୍ମାନିତ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି କାର୍ୟ୍ୟକ୍ରମରେ କହିଛନ୍ତି।

kalyan agarbati

Comments are closed.