www.samajalive.in
Monday, December 8, 2025
27.1 C
Bhubaneswar

ଈଦାଶିଶା ମେଘାଳୟର ପ୍ରଥମ ଆଦିବାସୀ ମହିଳା ଡିଜିପି

ଗୁଆହାଟୀ : ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ଶନିବାର ସରକାର ଏହି ପଦରେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୨୦ରେ ସେ ଏଲ୍‌.ଆର ବିଷ୍ଣୋଇଙ୍କଠାରୁ ପଦଭାର ଗ୍ରହଣ କରିବେ। ସମ୍ପ୍ରତି ମେଘାଳୟ ସିଭିଲ ଡିଫେନ୍ସ ବିଭାଗ ମହାନିର୍ଦେଶିକା ଥିବା ଈଦାଶିଶା ୨୦୨୧ରେ କିଛି କାଳ ପାଇଁ କାର୍ଯ୍ୟକାରୀ ପୁଲିସ ମହାନିର୍ଦେଶିକା ଭାବେ ଦାୟିତ୍ବ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୬ ମେ’ ୧୯ ପର୍ଯ୍ୟନ୍ତ ରହିବ। ସେ ହେଉଛନ୍ତି ରାଜ୍ୟର ପ୍ରଭାବଶାଳୀ ଖାସି ଆଦିବାସୀ ସମ୍ପ୍ରଦାୟ ସଦସ୍ୟା। ତାଙ୍କ ନିଯୁକ୍ତି ସପକ୍ଷରେ ରାଜ୍ୟର ସମସ୍ତ ରାଜନୈତିକ ଦଳ ମତ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories